Latest Odisha News

BREAKING NEWS

ଭୁବନେଶ୍ବରରୁ ୩୭୯ ପଜିଟିଭ୍ ଚିହ୍ନଟ, ସୁସ୍ଥ ହେଲେ ୬୬ ଆକ୍ରାନ୍ତ

ଭୁବନେଶ୍ବର : ରାଜ୍ୟରେ ଏବେ ନିଦ ହଜାଇଲାଣି କରୋନା । ଦିନକୁ ଦିନ ବଢ଼ି ଚାଲିଛି ଆକ୍ରାନ୍ତ ସଂଖ୍ୟା । ଆଜି ସାରା ରାଜ୍ୟରୁ ପାଖାପାଖି ତିନି ହଜାର ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ଆଜି ଭୁବନେଶ୍ବର ମହାନଗର ନିଗମ ଅଞ୍ଚଳରୁ ଚିହ୍ନଟ ହୋଇଚନ୍ତି ୩୭୯ କରୋନା ଆକ୍ରାନ୍ତ । କ୍ବାରେଣ୍ଟାଇନରୁ ୧୦୯ ଜଣ ଥିବା ବେଳେ, ଲୋକାଲ କେସ୍ ୨୭୦ । ଏହାରି ଭିତରେ ଭୁବନେଶ୍ବରରୁ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ୬୬ ଜଣ ସଂକ୍ରମିତ ।

କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବା ୧୦୯ ଜଣଙ୍କ ମଧ୍ୟରୁ ପଟିଆରୁ ୧୪ ଜଣ ଥିବା ବେଳେ, ନୟାପଲ୍ଲୀରୁ ୯ ଜଣ, ଝାରପଡ଼ାରୁ ୭, ଖଣ୍ଡଗିରି, ବିଜେବି ନଗର ଓ ରସୁଲଗଡ଼ରୁ ୫ ଜଣ ଲେଖାଏଁ, ସତ୍ୟନଗର, ମଞ୍ଚେଶ୍ବର, ଓଲ୍ଡ ଟାଉନ ଓ କଳିଙ୍ଗ ବିହାରରୁ ୪ ଜଣ ଲେଖାଏଁ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ସ୍ଥାନୀୟ ସଂକ୍ରମିତ ମଧ୍ୟରୁ ଓଲ୍ଡ ଟାଉନରୁ ୧୭, ନୟାପଲ୍ଲୀରୁ ୧୫, ପଟିଆରୁ ୧୩, ଚନ୍ଦ୍ରଶେଖରପୁରରୁ ୧୦, ମଞ୍ଚେଶ୍ବରରୁ ୮, ଖଣ୍ଡଗିରିରୁ ୧୧, ନିଳାଦ୍ରୀ ବିହାରରୁ ୧୦, ସାମନ୍ତରାପୁର, ଟଙ୍କପାଣି ରୋଡରୁ ୭ ଜଣ ଲେଖାଏଁ, ଡୁମଡୁମା, କଳ୍ପନା, ଲକ୍ଷ୍ମୀସାଗର, ସତ୍ୟନଗର, ସୁନ୍ଦରପଦା, ଜାଗମରାରୁ ୬ ଜଣ ଲେଖାଏଁ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

Leave A Reply

Your email address will not be published.