Latest Odisha News

BREAKING NEWS

ସୁଶାନ୍ତ ସିଂ ରାଜପୁତ କେସ୍‌: ସାହିଲ ଶାହକୁ ମୁଖ୍ୟ ଅଭିଯୁକ୍ତ ଘୋଷଣା କଲା ଏନସିବି

ମୁମ୍ବାଇ: ସୁଶାନ୍ତ ସିଂ ରାଜପୁତ କେସ୍ ମୃତ୍ୟୁ ଘଟଣାରେ ଏନସିବି ବୁଧବାର ତଦନ୍ତ ପ୍ରକ୍ରିୟାକୁ ତ୍ୱରାନ୍ୱିତ କରିଛି । ଏହି କେସରେ ମୁଖ୍ୟ ଅଭିଯୁକ୍ତ ଭାବେ ଡ୍ରଗ ଡିଲର ସାହିଲଙ୍କ ନାମ ଘୋଷଣା କରିଛି । ସୁଶାନ୍ତଙ୍କୁ ଫ୍ଲେସକୋ ନାମରେ ପରିଚିତ ସାହିଲ ଡ୍ରଗ୍ସ ସପ୍ଲାୟ କରୁଥିଲା । ୬ ମାସ ଧରି ଏହି କେସ୍‌ରେ ସାହିଲଙ୍କ ଭୂମିକା ସନ୍ଦେହପୂର୍ଣ୍ଣ ରହିଥିଲା ।

ସାହିଲ ଯାହା ଯାହାକୁ ଡ୍ରଗ୍ସ ସପ୍ଲାୟ କରୁଥିଲା ଏନସିବି ଅଧିକାଂଶକୁ ଗିରଫ କରି ସାରିଛି । ସୁଶାନ୍ତ ଯେଉଁ କମ୍ପେ୍ଲକ୍ସରେ ପ୍ରଥମେ ରହୁଥିଲା ସେଠାରେ ସାହିଲ ତାର ପରିବାର ସହିତ ରହୁଥିଲା । ମାସକ ତଳେ ଏନସିବି ୧୨୦୦୦ ପୃଷ୍ଠାର ଚାର୍ଜଶିଟ ଫାଇଲ କରିଥିଲା । ଏଥିରେ ଦୀପିକା ପାଦୁକୋନ, ରିୟା ଚକ୍ରବର୍ତି ଓ ତାଙ୍କ ଭାଇଙ୍କ ସମେତ ୩୩ଜଣଙ୍କ ନାମ ଅଭିଯୁକ୍ତ ତାଲିକାରେ ରହିଥିଲା ।

Leave A Reply

Your email address will not be published.