Latest Odisha News

ନାସାର ଚେତାବନୀ: ପୃଥିବୀ ଆଡକୁ ମାଡି ଆସୁଛି ୩୮୦ ଫୁଟର ଗ୍ରହାଣୁ

ନୂଆଦିଲ୍ଲୀ: ୨୦୧୧ ଏମଡବ୍ଲ୍ୟୁୱାନ ନାମକ ଏକ ବୃହତ୍ ଗ୍ରହାଣୁ ଆଜି (ଜୁଲାଇ ୨୫) ପୃଥିବୀର ନିକଟତର ହେବାକୁ ଯାଉଛି। ପ୍ରାୟ ୩୮୦ ଫୁଟର ଏହି ଗ୍ରହାଣୁ ଘଣ୍ଟା ପ୍ରତି ୨୮,୯୪୬ କିମି ବେଗରେ ପୃଥିବୀ ଆଡକୁ ମାଡି ଆସୁଛି। ଏହାକୁ ନେଇ ନାସା ଚେତାବନୀ କରିଛି।

ଏହି ଗ୍ରହାଣୁକୁ ଆପୋଲୋ-କ୍ଲାସ ଗ୍ରହାଣୁ ଭାବେ ବର୍ଗୀକୃତ କରାଯାଇଛି, ଯାହାର ଆକାର ହାରାହାରି ୩୮୦ ଫୁଟ। ନାସାର ତଥ୍ୟ ଅନୁସାରେ, ଆଜି ପୃଥିବୀର ସବୁଠୁ ନିକଟତମ ୩୮.୫ ଲକ୍ଷ କିମି ଦୂରରେ ଅତିକ୍ରମ କରିବ। ୨୦୧୧ ଏମଡବ୍ଲ୍ୟୁ୧ ଏକ ବିଶାଳ ଗ୍ରହାଣୁ, ଯାହାର କକ୍ଷ ପୃଥିବୀ କକ୍ଷର ନିକଟତର ହୁଏ। କିନ୍ତୁ ଖୁବ୍ ବେଶୀ ନିକଟତର ହୁଏ ନାହିଁ। ନାସାର ଜେଟ୍ ପ୍ରପଲସନ୍ ଲେବୋରେଟରୀ ଏହାକୁ ନିୟର ଆର୍ଥ ଆଷ୍ଟରଏଡ ଶ୍ରେଣୀ ଭୁକ୍ତ କରିଛି।

ଏହା ବିପଦପୂର୍ଣ୍ଣ ଗ୍ରହାଣୁ ତାଲିକାରେ ନାହିଁ। ପୃଥିବୀର ନିକଟତର ହେଉଥିବା ୩୫ ହଜାରରୁ କମ ବସ୍ତୁ ଏହା ଚିହ୍ନଟ କରିଛି। ତେବେ ୨୦୧୧ ଏମଡବ୍ଲ୍ୟୁ୧ ଗ୍ରହାଣୁର ଆକାର ସ୍କାଇସ୍କ୍ରାପର୍ ଭଳି। ଏହାର ଗତିପଥକୁ ସବିଶେଷ ଯାଞ୍ଚ୍ କରି ନାସା ସ୍ପଷ୍ଟ କରିଛି ଯେ ଏହା ପୃଥିବୀ ପ୍ରତି ବିପଦପୂର୍ଣ୍ଣ ନୁହେଁ। ନାସାର ଜେଟ୍ ପ୍ରପଲସନ୍ ଲେବୋରେଟରୀର ସୋଲାର ସିଷ୍ଟମ ଡାଇନାମିକ୍ସ ୱେବସାଇଟ ଅନୁସାରେ, ବର୍ତ୍ତମାନ ସୁଦ୍ଧା ୧,୩୮୫୨୧୭ ଗ୍ରହାଣୁ ଚିହ୍ନଟ କରାଯାଇଛି। ଏହି ଗ୍ରହାଣୁ ଆମ ସୌର ମଣ୍ଡଳ ଓ ଗ୍ରହ ଉତ୍ପତ୍ତି ବିଷୟରେ ଗୁରୁତ୍ଵପୂର୍ଣ୍ଣ ତଥ୍ୟ ପ୍ରଦାନ କରନ୍ତି।

Comments are closed.