Latest Odisha News

BREAKING NEWS

ଭୁବନେଶ୍ୱରରେ ବଢ଼ୁଛି ସ୍ଥାନୀୟ ସଂକ୍ରମଣ, ଆଜି ପୁଣି ୩୮୬ ପଜିଟିଭ

ଭୁବନେଶ୍ୱର: ଭୁବନେଶ୍ୱରରେ ଦିନକୁ ଦନ ବଢ଼ୁଛି ବିପଦ । ସ୍ଥାନୀୟ ସଂକ୍ରମିତଙ୍କ ସଂଖ୍ୟା ଏଠି ବଢ଼ି ଚାଲଇଛି । ଯାହା ଏବେ ଚିନ୍ତାର କାରଣ ପାଲଟିଛି । ଆଜି ପୁଣି ରାଜଧାନୀରୁ ୩୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟାଇନରେ ୧୮୩ଜଣ ରହିଥିବା ବେଳେ ସ୍ଥାନୀୟ ସଂକ୍ରମିତ ହେଉଛନ୍ତି ୨୦୩ । ଏହାସହ ୨୧୩ଜଣ ଆରୋଗ୍ୟ ଲାଭ କରିଛନ୍ତି ।

ଏହାସହ ରାଜଧାନୀରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୮୬୪୭ରେ ପହଁଚିଛନ୍ତି । ରାଜଧାନୀରେ ଏବେସୁଦ୍ଧା ୮୬୪୭ଟି ପଜିଟିଭ୍ କେସ୍ ସାମ୍ନାକୁ ଆସିଥିବା ବେଳେ ୫୧୨୪ଜଣ ଆରୋଗ୍ୟ ଲାଭ କରିଛନ୍ତି । ସେହିପରି ୩୬ଜଣ ପ୍ରାଣ ହରାଇଥିବା ବେଳେ ୩୪୭୮ଟି ସକ୍ରିୟ କେସ୍ ରହିଛି ।

Leave A Reply

Your email address will not be published.