Latest Odisha News

BREAKING NEWS

ମହରମରେ ଶୋଭାଯାତ୍ରାକୁ ମିଳିଲାନି ଅନୁମତି

ନୂଆଦିଲ୍ଲୀ: କୋଭିଡି କଟକଣା ଭିତରେ ମହରମରେ ଶୋଭାଯାତ୍ରାକୁ ସୁପ୍ରିମକୋର୍ଟ ପକ୍ଷରୁ ମିଳିଛି ରେଡ୍ ସିଗ୍‌ନାଲ । ମହରମ ଅବସରରେ ତାଜିଆ ଶୋଭାଯାତ୍ରା ନିମନ୍ତେ ଅନୁମତି ଲାଗି ଆଗତ ଆବେଦନକୁ ସୁପ୍ରିମକୋର୍ଟ ଗୁରୁବାର ଅଗ୍ରାହ୍ୟ କରିଦେଇଛନ୍ତି। ଯଦି ଶୋଭାଯାତ୍ରା ଲାଗି ଅନୁମତି ଦିଆଯାଏ ତେବେ ଦେଶରେ ଅରାଜକତା ବ୍ୟାପିବ ବୋଲି କହିଛନ୍ତି। ଏହାସହ କୋର୍ଟ ପୁରୀରେ ରଥାଯାତ୍ରା ଆୟୋଜନ ଲାଗି କାହିଁକି ଅନୁମତି ଦେଇଥିଲେ ତାର କାରଣ ମଧ୍ୟ ସ୍ପଷ୍ଟ କରିଦେଇଛନ୍ତି।

ଶିୟା ନେତା ମୌଲାନା କଲୱେ ଜୱାବ୍‌ ମହରମ ଅବସରରେ ଶୋଭାଯାତ୍ରା ଆୟୋଜନ ନିମନ୍ତେ ଅନୁମତି ଲାଗି କୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ତେବେ ଉପୁଜିଥିବା କୋଭିଡ-୧୯ ପରିସ୍ଥିତିରେ ସାର୍ବଜନୀନ ମହରମ ପର୍ବକୁ ଅନୁମତି ଦେବା ସମ୍ଭବ ନୁହେଁ । କାରଣ ଏହା ବିଭ୍ରାଟ ସୃଷ୍ଟି କରିବ। ଅମେ ଶୋଭାଯାତ୍ରାକୁ ଅନୁମତି ଦେଲେ ପୁଣି ବିବାଦ ସୃଷ୍ଟି ହେବ । ଏହା ଦ୍ୱାରା ଦେଶରେ କରୋନା ମହାମାରୀ ପ୍ରସାର ଲାଗି ଲୋକେ ଗୋଟିଏ ସମ୍ପ୍ରଦାୟକୁ ଦାୟୀ କରିବେ, ଯାହା କୋର୍ଟ ଚାହାନ୍ତି ନାହିଁ ବୋଲି କହିଛନ୍ତି।

ଏଣୁ କୋର୍ଟ ଏପରି କୌଣସି ଆଦେଶ ଦେଇ ପାରିବେନି ଯାହା ଲୋକଙ୍କ ସ୍ୱାସ୍ଥ୍ୟ ଲାଗି ବିପଦର କାରଣ ହେବ ବୋଲି ସ୍ପଷ୍ଟ କରିଦେଇଛନ୍ତି। ଆବେଦନର ଶୁଣାଣି କରୁଥିବା ମୁଖ୍ୟ ବିଚାରପତି ଏସ୍.ଏ.ବୋବଡେଙ୍କ ଖଣ୍ଡପୀଠ କହିଛନ୍ତି ଯେ ମହରମ ଶୋଭାଯାତ୍ରା ଲାଗି କୌଣସି ସ୍ଥାନ ନିର୍ଦ୍ଧିଷ୍ଟ ନୁହେଁ। ଯେଉଁଠାରେ କୌଣସି କଟକଣା ଅଥବା ସତର୍କତା ଅବଲମ୍ବନ କରାଯାଇପାରିବ। ଏଣୁ କୋର୍ଟ କୋଭିଡ ବେଳେ ଏଭଳି ଧାର୍ମିକ କାର୍ଯ୍ୟକ୍ରମକୁ କେବେବି ଅନୁମତି ଦେଇ ପାରିବେନାହିଁ ବୋଲି କହିଛନ୍ତି।

Leave A Reply

Your email address will not be published.