ଭୁବନେଶ୍ବର: ୩୮ତମ ଜାତୀୟ କ୍ରୀଡା ପ୍ରତିଯୋଗିତା ଆସନ୍ତା ୨୮ରେ ଡେରାଡୁନର ରାଜୀବ ଗାନ୍ଧି ଅନ୍ତର୍ଜାତୀୟ ଷ୍ଟାଡିୟମରେ ଉଦଘାଟନ ହେବ । ଉଦଯାପନୀ ଉତ୍ସବ ଫେବୃଆରୀ ୧୪ରେ ଆୟୋଜନ ହେବ । ତେବେ ଏହି ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଓଡିଶାରୁ ୩୦୧ କ୍ରୀଡାବିତ୍ ଅଂଶଗ୍ରହଣ କରିବେ ଓ ୭୫ଜଣ ସପୋର୍ଟ ଷ୍ଟାଫ ରହିବେ ।
ମୋଟ୍ ୩୬ଟି ଖେଳରୁ ଓଡିଆ ଖେଳାଳିମାନେ ୨୫ଟି ଖେଳରେ ଅଂଶଗ୍ରହଣ କରିବେ । ଗତ ୩୭ତମ ଜାତୀୟ କ୍ରୀଡା ପ୍ରତିଯୋଗିତାରେ ଓଡିଶା ପଦକ ତାଲିକାରେ ୧୬ତମ ସ୍ଥାନରେ ରହିଥିଲା । ୧୦ଟି ସ୍ବର୍ଣ୍ଣ, ୧୮ଟି ରୌପ୍ୟ, ୩୦ଟି କାଂସ୍ୟ ପଦକ ଜିତିଥିଲା ।
ତେବେ ପ୍ରତିଯୋଗିତାର ଦୁଇ ଦିନ ପୂର୍ବରୁ ଓଡିଆ ଆଥଲେଟ୍ ଡେରାଡୁନ୍ ଗସ୍ତରେ ଯାଇ ପ୍ରସ୍ତୁତି ଆରମ୍ଭ କରିବେ ବୋଲି ସୂଚନା ରହିଛି ।
Comments are closed.