Latest Odisha News

ଗୁରୁ ଦେବପ୍ରସାଦ ଦାସଙ୍କ ୩୮ତମ ଶ୍ରଦ୍ଧାଞ୍ଜଳି ସମାରୋହ ୨୦୨୪ ଉଦଯାପିତ

ଭୁବନେଶ୍ଵର : ଗୁରୁ ଦେବପ୍ରସାଦ ଦାସଙ୍କ ୩୮ତମ ପୂଣ୍ୟତିଥି ଅବସରରେ ତ୍ରିଧାରା ଦ୍ଵାରା ଓ ହେଲଥ ଅନ ଟପ ସହଯୋଗରେ ସ୍ଥାନୀୟ ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ୩୮ତମ ଶ୍ରଦ୍ଧାଞ୍ଜଳି ସମାରୋହ ଉଦଯାପିତ ହୋଇଯାଇଛି । ଉଦଯାପନୀ ସନ୍ଧ୍ୟାରେ ପୂର୍ବତନ ଭାରତୀୟ ପ୍ରଶାସନିକ ଅଧିକାରୀ ଅଶୋକ କୁମାର ତ୍ରିପାଠୀ, ଆୟକର ବିଭାଗର ପୂର୍ବତନ ସଚିବ ପ୍ରଫୁଲ୍ଲ କୁମାର ଦାସ ତ୍ରିଧାରାର ସ୍ଵର୍ଣ୍ଣ ସମାରୋହ କମିଟିର ଅଧକ୍ଷ ତଥା ହେଲଥ ଅନ ଟପର ମୁଖ୍ୟ କାର୍ଯ୍ୟନିର୍ବାହୀ ଗୌରବ ରାଲହନ, ତ୍ରିଧାରାର କାର୍ଯ୍ୟକାରୀ ସଭାପତି ସିମାଞ୍ଚଳ ପଣ୍ଡା, ତ୍ରିଧାରାର ନିର୍ଦ୍ଦେଶକ ଗୁରୁ ଗଜେନ୍ଦ୍ର କୁମାର ପଣ୍ଡା ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଥିଲେ ଏବଂ  ବାସୁଦେବ ରଥ କାର୍ଯ୍ୟକ୍ରମଟିକୁ ପରିଚାଳନା କରିଥିଲେ ବାସୁଦେବ ନାଥ ।

ଏହି ଉଦଯାପନି ସମାରୋହରେ ଓଡିଶୀ ନୃତ୍ୟର ମହାକୁମ୍ଭ ଦେଖିବାକୁ ମିଳିଥିଲା । ଅପରାହ୍ନ ଅଧିବେଶନରେ ତ୍ରିଧାରାର ବରିଷ୍ଠ ନୃତ୍ୟଶିଳ୍ପୀ; ବିଦ୍ୟା ଡ୍ୟାନ୍ସ ଏକାଡେମୀ (କଟକ); ଗେଲହା ମା କଳା ନିକେତନ (ବୌଦ୍ଧ); ମା ତାରିଣୀ ନୃତ୍ୟ ଶିକ୍ଷା କେନ୍ଦ୍ର (କେନ୍ଦୁଝର); ଉତ୍କଳିକା ନୃତ୍ୟ ଅନୁଷ୍ଠାନ (ବ୍ରହ୍ମପୁର); ମିହିର ଡ୍ୟାନ୍ସ ଏକାଡେମୀ (ଆସ୍କା); ନୃତ୍ୟ ଚନ୍ଦ୍ରିକା (ଯାଜପୁର); ନୃତ୍ୟମ କଳା ଗବେଷଣା କେନ୍ଦ୍ର (ହିଞ୍ଜିଳୀକାଟୁ); ତ୍ରିନେତ୍ର କଳା କୁଞ୍ଜ (ଚୌଦ୍ଵାର); ଆରାଧନା ପ୍ରିନ୍ସେସ ଡ୍ୟାନ୍ସ ଏକାଡେମୀ (ବୋଲଗଡ); ନାଟ୍ୟଶାସ୍ତ୍ର (ଭୁବନେଶ୍ଵର), ଜାଗୃତି କଲ୍ଚୁରାଲ ଏକାଡେମୀ (ଭୁବନେଶ୍ୱର); ପ୍ରସନ୍ନକ୍ଷୀ (ବ୍ରହ୍ମପୁର); ନୃତ୍ୟଙ୍ଗ ଫାଉଣ୍ଡେସନ୍ ଟ୍ରଷ୍ଟ; କଳା ବିକାଶ କେନ୍ଦ୍ର (କଟକ); ନଟରାଜ କଳା ମନ୍ଦିର (ଫୁଲବାଣୀ) ଏବଂ ମୋକ୍ଷ୍ୟ (ଭୁବନେଶ୍ୱର) ଆଦି ନୃତ୍ୟାନୁଷ୍ଠାନ ଅଂଶଗ୍ରହଣ କରିଥିଲେ।

ସନ୍ଧ୍ୟାର ଉଦଯାପନି ଅଧିବେଶନରେ ଗୁରୁ ଦେବପ୍ରସାଦ ନୃତ୍ୟ ରତ୍ନ ୨୦୨୪ ପୁରସ୍କାର ବିତରଣ ସମାରୋହରୁ ଆରମ୍ଭ ହୋଇଥିଲା । ଅତିଥିମାନଙ୍କ ଦ୍ୱାରା ସମ୍ମାନିତ ଗୁରୁ ଏବଂ ବରିଷ୍ଠ କଳାକାରମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯାଇଥିଲା । ସନ୍ଧ୍ୟା ସାଂସ୍କୃତିକ କାର୍ଯ୍ୟକ୍ରମରେ
ଅଂଶଗ୍ରହଣ କରିଥିବା ନୃତ୍ୟ ଅନୁଷ୍ଠାନ ତଥା ନୃତ୍ୟଶିଳ୍ପୀମାନେ ଥିଲେ ତ୍ରିଧାରା (ଭୁବନେଶ୍ଵର); ନୂଆଦିଲ୍ଲୀର ମଉମାଳା ନାୟକ (କଥକ); ଭୁବନେଶ୍ୱରର ଆର୍ଟ ଭିଜନ (ଓଡିଶୀ) ଓ କୋଲକାତାର ଭବ ଶ୍ରୀଙ୍ଗର (ଓଡିଶୀ) ।

 

Comments are closed.