Latest Odisha News

BREAKING NEWS

ଜେଇଇ ମେନ୍ ପରୀକ୍ଷା ଲାଗି ଓଡିଶାରୁ ୩୯ ହଜାର ପରୀକ୍ଷାର୍ଥୀ

ଭୁବନେଶ୍ୱର : ଭୁବନେଶ୍ୱର ସମେତ ରାଜ୍ୟର ୯ଟି ସହରରେ ମଙ୍ଗଳବାର ଦିନ ଜେଇଇ ମେନ୍ ପରୀକ୍ଷା ଅନୁଷ୍ଠିତ ହେଉଥିବା ବେଳେ ଓଡିଶାର ପ୍ରାୟ ୩୯ ହଜାର ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବାକୁ ଯାଉଛନ୍ତି ।

ଏହି ସର୍ବଭାରତୀୟ ପରୀକ୍ଷାକୁ ପ୍ରଥମଥର ପାଇଁ ‘ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି’ (ଏନଟିଏ) ପରୀକ୍ଷା ପରିଚାଳନା କରୁଛି । ସାରା ଦେଶରେ ପ୍ରାୟ ୨୭୩ କେନ୍ଦ୍ରରେ ପାଖାପାଖି ୯ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଏହି ପରୀକ୍ଷା ଦେବେ ।

ଦେଶବ୍ୟାପୀ ୨ ଦିନିଆ ଭାରତ ବନ୍ଦ ଡାକରା ଦିଆଯାଇଥିବା ବେଳେ ଏହି ପରୀକ୍ଷା ଦେବା ପାଇଁ ଦୂରଦୂରାନ୍ତରୁ ଆସୁଥିବା ପରୀକ୍ଷାର୍ଥୀ ମାନେ ସୋମବାର ରାତିରୁ ପରୀକ୍ଷା କେନ୍ଦ୍ର ନିକଟରେ ଆସି ପହଞ୍ଚିଥିଲେ ।

ଆଜି ପ୍ରଥମ ଦିନରେ ପେପର-୨ ପରୀକ୍ଷା ଅନୁଷ୍ଠିତ ହେଉଛି ଏବଂ ପେପର- ୧ ପରୀକ୍ଷା ଜାନୁଆରୀ ୯ରୁ ୧୨ ତାରିଖ ମଧ୍ୟରେ ଅନୁଷ୍ଠିତ ହେବ ।

ଏହି ପେପର-୨ ପରୀକ୍ଷାର ପ୍ରଥମ ସିଟିଂ ସକାଳ ୯.୩୦ରୁ ଆରମ୍ଭ ହୋଇଥିବା ବେଳେ ୧୨.୩୦ ପର‌୍ୟ୍ୟନ୍ତ ଏହା ଚାଲିବ ଏବଂ ଦ୍ୱିତୀୟ ସିଟିଂ ପରୀକ୍ଷା ଦିନ ୨.୩୦ରୁ ୫. ୩୦ ପର୍ଯ୍ୟନ୍ତ ହେବ।

ଅନ୍ୟପକ୍ଷରେ ଇଣ୍ଟିଗ୍ରେଟେଡ୍ ଏମଏସସି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ଏହି ଜେଇଇ ମେନ୍ ପରୀକ୍ଷାରେ କୃତ୍ତିତ୍ୱ ଅର୍ଜନ କରିବାକୁ ପଡିବ ।

Leave A Reply

Your email address will not be published.