Latest Odisha News

BREAKING NEWS

ଓଡିଶାର ଭିନ୍ନଭିନ୍ନ ସଡକ ଦୁର୍ଘଟଣାରେ ୫ ମୃତ

କଟକ/ଯାଜପୁର/ଢେଙ୍କାନାଳ : ରାଜ୍ୟରେ ମଙ୍ଗଳବାର ଦିନ ଭିନ୍ନଭିନ୍ନ ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ପ୍ରାୟ ୧୬ ଜଣ ଆହତ ହୋଇଛନ୍ତି ।

କଟକ ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ଟାଙ୍ଗୀ ବଇଁଚୁଆ ନିକଟରେ ଆଜି ସକାଳେ ଏକ ଲୁହା ବୋଝୋଇ ଟ୍ରଲର ଏକ କଣ୍ଟେନର ଟ୍ରକକୁ ପଛପଟୁ ଧକ୍କା ଦେବା ଫଳରେ ଡ୍ରାଇଭର ଓ ହେଲପରର ମୃତ୍ୟୁ ଘଟିଛି ।

ମିଳିଥିବା ସୂଚନା ଅନୁଯାୟୀ ପୋଲିସ ଓ ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଗ୍ୟାସ କଟର ସହାୟତାରେ ମୃତଦେହକୁ ଉଦ୍ଧାର କରିବା ସହିତ ପୋଷ୍ଟମଟର୍ମ ପାଇଁ କଟକ ବଡ ମେଡିକାଲକୁ ପଠାଇଥିବା ନେଇ ଜଣାପଡିଛି ।

ସେହିପରି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଜାରକାସ୍ଥିତ ବ୍ରାହ୍ମଣୀ ପୋଲ ନିକଟରେ ଏକ ଟ୍ରକ୍ ଓ ଟୁରିଷ୍ଟ ବସ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିବା ସହ ୧୩ ଜଣ ଯାତ୍ରୀ ଆହତ ହୋଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ ସମ୍ପୃକ୍ତ ବସର ହେଲପର ମୃତ୍ୟୁବରଣ କରିଥିବାବେଳେ ବସଟି କୋଲକାତାର ଦମଦମ୍ରୁ ପୁରୀ ଅଭିମୁଖେ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିବା ନେଇ ଜଣାପଡିଛି ।

ଅନ୍ୟପକ୍ଷରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ସମସ୍ତ ଆହତମାନଙ୍କୁ ସ୍ଥାନୀୟ ଧର୍ମଶାଳା ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତ୍ତି କରିବା ସହ ଉଭୟ ଗାଡିକୁ ଜବତ କରିଥିବା ନେଇ ସୁତ୍ରରୁ ପ୍ରକାଶ ।

ତେବେ ଢେଙ୍କାନାଳ ଜିଲ୍ଲାର ୫୫ ନଂ ଜାତୀୟ ରାଜପଥ ନିକଟସ୍ଥ ବଳଦିଆବନ୍ଧ ଛକ ଠାରେ ଏକ ଟ୍ୟାଙ୍କର ଓ ଟ୍ରକ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇ ଦୁର୍ଘଟଣା ଘଟିଛି । ଏହି ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ହେଲପରକୁ ଚିକିତ୍ସା ନିମନ୍ତେ ସ୍ଥାନୀୟ ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ନେଇ ସୂଚନା ମିଳିଛି ।

Leave A Reply

Your email address will not be published.