Latest Odisha News

BREAKING NEWS

ଅଭିନେତ୍ରୀ ନିକିତା ମୃତ୍ୟୁ ଘଟଣାରେ ଗିରଫ ହେଲେ ସ୍ୱାମୀ

କଟକ : ଓଡିଆ ସିନେମା ତଥା ଟେଲି ଅଭିନେତ୍ରୀ ଲକ୍ଷ୍ମୀପ୍ରିୟା ବେହେରା (ନିକିତା)ଙ୍କ ମୃତ୍ୟୁ ଘଟଣାରେ କମିଶନରେଟ୍ ପୋଲିସ ସ୍ୱାମୀ ଲିପନ ସାହୁଙ୍କୁ ଗିରଫ କରିଛି ।

ନିକିତାଙ୍କ ବାପା କଟକ ଚାଉଳିଆଗଞ୍ଜ ଥାନାରେ କରିଥିବା ଅଭିଯୋଗ ଆଧାରରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ନେଇ ସୁତ୍ରରୁ ପ୍ରକାଶ ।

ନିକିତାଙ୍କ ସ୍ୱାମୀ ଜଣେ ଅଭିନେତା ହୋଇଥିବାବେଳେ ତାଙ୍କ ବାପା ସନାତନ ଥାନାରେ ହତ୍ୟା ଅଭିଯୋଗ କରିବା ପରେ ରବିବାର ସନ୍ଧ୍ୟାରେ ପୋଲିସ ଲିପନଙ୍କୁ ଅଟକ ରଖିଥିଲା ।

ଘଟଣା ଦିନ ସ୍ୱାମୀ ଲିପୁନ୍ ତାଙ୍କୁ ଦେଖା କରିବାକୁ ଆସିଥିଲେ ଏବଂ ପାରିବାରିକ ବିବାଦକୁ କେନ୍ଦ୍ର କରି ତାଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା ପରବର୍ତ୍ତୀ ସମୟରେ ଉଭୟ ଛାତ ଉପରକୁ ଚାଲିଯାଇଥିଲେ । ଛାତ ଉପରକୁ ଯିବା ପରେ ସେମାନେ ନିକିତାଙ୍କୁ ଛାତରୁ ଠେଲି ଦେଇଥିବା ନେଇ ତାଙ୍କ ବାପା ସନାତନ ଅଭିଯୋଗ ଲଗାଇଥିଲେ ।

ଅନ୍ୟପକ୍ଷରେ ନିକିତାଙ୍କୁ ଗୁରୁତର ଅବସ୍ଥାରେ ସଙ୍ଗେସଙ୍ଗେ ପରିବାର ଲୋକେ ଉଦ୍ଧାର ଚିକିତ୍ସା ନିମନ୍ତେ କଟକର ଏକ ଘରୋଇ ହସ୍ପିଟାଲରେ ଭତ୍ତି ହୋଇଥିଲେ । ପରବର୍ତ୍ତୀ ସମୟରେ ତାଙ୍କର ମୃତ୍ୟୁ ଘଟିଥିଲା ।

ଆହୁରି ମଧ୍ୟ ଏହି ଅଭିଯୋଗକୁ ଆଧାର କରି ପୋଲିସ ଓ ଫରେନସିକ୍ ଟିମ୍ ନିକିତାଙ୍କ କଟକସ୍ଥିତ ମହାନଦୀ ବିହାର ପୈତୃକ ବାସ ଭବନକୁ ଯାଇ ତଦନ୍ତ ଆରମ୍ଭ କରିଥିଲେ ଏବଂ ଏହି ଘଟଣା ସମ୍ପର୍କରେ ସମ୍ପର୍କୀୟ ଓ ପାଖ ପଡୋଶୀମାନଙ୍କୁ ପଚରାଉଚରା କରାଯାଉଥିବା ନେଇ ପୋଲିସ ସୁତ୍ରରୁ ପ୍ରକାଶ ।

ଝିଅର ବାହାଘରର କିଛି ମାସ ପରେ ଶ୍ୱଶୁର ଘରେ ପାରିବାରିକ ଅଶାନ୍ତି ଆରମ୍ଭ ହେବା ସହ ଝିଅକୁ ଉଭୟ ଶାରୀରିକ ତଥା ମାନସିକ ନିର୍ଯ୍ୟାତନା ଦିଆଯାଉଥିବା ନେଇ ତାଙ୍କ ବାପା ଥାନାରେ ଅଭିଯୋଗ କରିଥିବା ବେଳେ ଶାଶୂ କୁନ୍ତଳା ସାହୁ ଓ ଶ୍ୱଶୂର ଲିଙ୍ଗରାଜ ସାହୁ ମଧ୍ୟ ପୋଲିସର ଯାଞ୍ଚ ପରିଧି ମଧ୍ୟରେ ଆସିଥିଲେ ।

ଶ୍ୱଶୁର ଘରେ ବାରମ୍ବାର ଅଶାନ୍ତି ଲାଗି ରହିଥିବାରୁ ନିକିତା ଶ୍ୱଶୁର ଘର ଛାଡି ଦେଇଥିଲେ ଏବଂ ନିକିତା ପୁତ୍ର ଜନ୍ମ ପରଠାରୁ ବାପଘରେ ରହି ଆସୁଥିଲେ ।

୨୦୧୬ ମସିହାରେ ନିକିତା ଗୋପାଳପୁରର ଲିପନ ସାହୁଙ୍କ ସହ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ ।

Leave A Reply

Your email address will not be published.