Latest Odisha News

BREAKING NEWS

ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ତୃତୀୟ ଦିବସ

ଭୁବନେଶ୍ଵର : ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ ଜେଜୁଟରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ଵାରା ଆୟୋଜିତ ଆନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ତୃତୀୟ ଦିବସର ତିନୋଟି ଯାକ ଅଧିବେଶନରେ ଉତ୍ସାହର ସହ ଓଡ଼ିଶୀ ନୃତ୍ୟ ପରିବେଷିତ ହୋଇଯାଇଛି ।

ପ୍ରଥମ ଅଧିବେଶନରେ ବିଶିଷ୍ଟ ଓଡ଼ିଶୀ କଣ୍ଠଶିଳ୍ପୀ ଗୁରୁ ନିମାକାନ୍ତ ରାଉତରାୟ, ଗୁରୁ କପୁରୀ ପଟ୍ଟନାୟକ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ, ଗୁରୁ ମନୋଭଞ୍ଜନ ପ୍ରଧାନ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଉପନିର୍ଦ୍ଦେଶକ ସନ୍ତୋଷ ଚାଟାର୍ଜୀ ଅତିଥି ଭାବରେ ଯୋଗ ଦେଇଥିଲେ । ଏଥିରେ ସାଇ ସ୍ମୃତି କଳା କେନ୍ଦ୍ରର ଶିଳ୍ପୀମାନଙ୍କ ଦ୍ଵାରା ଦଳଗତ, ଶାନ୍ତି ପ୍ରିୟା ସ୍ବାଇଁଙ୍କ ଦ୍ଵାରା ଅଭିନୟ ଜେଡ଼େ ଛନ୍ଦ ଜାଣେ ଲୋ, ଇଷିତା ରାୟଙ୍କ ଦ୍ବାରା ଆରଭୀ ପଲ୍ଲବୀ, ଦ୍ବୈତ ନୃତ୍ୟ ପର୍ଯ୍ୟାୟରେ ସମନ ସ୍ଵାଇଁ ଓ ଅନମେଷା ମିଶ୍ରଙ୍କ ଦ୍ଵାରା ଶଙ୍କରା ଭରଣ ପଲ୍ଲବୀ, ଏକକ ନୃତ୍ୟରେ ରାଜଶ୍ରୀ ମହାପାତ୍ରଙ୍କ ଦ୍ଵାରା ବିହାଗ ପଲ୍ଲବୀ, ନୀଳାଶା ଦାଶଙ୍କ ଦ୍ବାରା ଗୀତ ଗୋବିନ୍ଦରୁ ଉଦ୍ଧୃତ ବନ୍ଦନ ଚର୍ଚ୍ଚିତ ନୀଳ କଳେବର, ମୌସୁମା ସାହୁ ଓ ପ୍ରଜ୍ଞା ପ୍ରିୟଦର୍ଶିନୀ ପାଣିଙ୍କ ଦ୍ଵାରା ବସନ୍ତ ପଲ୍ଲବୀ, ଏକକ ନୃତ୍ୟରେ ସୌମ୍ୟା ସେଫାଲି ପ୍ରିୟଦର୍ଶନୀଙ୍କ ଦ୍ବାରା ଅଭିନୟ ମୋହନେ ଦେଲି ଚାହିଁ ଗୋ, ରୋଜାଲୀନ ନାୟକଙ୍କ ଦ୍ବାରା କଳାବତୀ ପଲ୍ଲବୀ ପରିବେଷିତ ହୋଇଥିଲା ।

ଦ୍ଵିତୀୟ ଅଧିବେଶନରେ ପୋଲାଶରୁ ଆସିଥିବା ନୃତ୍ୟଶିଳ୍ପୀ ସବିନା ଶ୍ୱେତା ସେନଙ୍କ ଦ୍ଵାରା ଅଭିନୟ ଚମ୍ପୂ-ଲ ପରେ ପରେ ଦ୍ବୈତ ନୃତ୍ୟ ପର୍ଯ୍ୟାୟରେ ରତିକାନ୍ତ ନନ୍ଦ ଓ ଦୀପକ କୁମାର ସ୍ବାଇଁଙ୍କ ଦ୍ବାରା ଅଭିନୟ ଶିବ ଅହଂ, ମନୋରଞ୍ଜନ ନାୟକ ଓ ରାସେଶ୍ଵରୀ ନାୟକଙ୍କ ଦ୍ବାରା ଅଭିନୟ ଅର୍ଦ୍ଧନାରୀଶ୍ଵର, ଏକକ ନୃତ୍ୟରେ ଶେଖର ସୁମନ ମାଝୀଙ୍କ ଦ୍ବାରା ଅଭିନୟ ବରଷା କାଳ ହୋଇଲା ଏବଂ ଶେଷରେ ଶ୍ରୀ ରାଧା କଳାକୃଷ୍ଣ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ବାରା ଅଭିନୟ ନବନୀତ ଚୌରଂ ପରିବେଷିତ ହୋଇଥିଲା ।

ତୃତୀୟ ଅଧିବେଶନରେ ଓଡ଼ିଶାର ପୂର୍ବଚନ ମୁଖ୍ୟ ଶାସନ ସଚିବ ସୁବାସ ପାଣି, ଉତ୍କଳ ସଂସ୍କୃତି ବିଶ୍ବ ବିଦ୍ୟାଳୟର କୁଳପତି ପ୍ରସନ୍ନ କୁମାର ସ୍ଵାଇଁ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମ ସଚିବ ଅତସୀ ଦାସ, ବି.କେ ଆର୍ଟ କଲେଜର ଅଧକ୍ଷ ଗଳେନ୍ଦ୍ର ପାଢୀ, ଓଡ଼ିଶୀ ଗବେଷଣା କେନ୍ଦ୍ରର କାର୍ଯ୍ୟ ନିର୍ବାହୀ ଅଧିକାରୀ ସିକତା ଦାସ ଓ ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରଶାସନିକ ଅଧୁକାରୀ ଅନୁଜା ତାରିଣୀ ମିଶ୍ର ଅତିଥି ଭାବରେ ଜୋଫା ଗ ଦେଇଥିଲେ । ଏଥିରେ ମଧୁସ୍ମିତା ମହାନ୍ତି ଏକକ ନୃତ୍ୟ, ରାଜଶ୍ରୀ ପ୍ରହରାଜଙ୍କ ଦ୍ବାରା ଦୁର୍ଗା, ଶର୍ମିଷ୍ଠା ରାଣୀ ପଣ୍ଡା ଓ ନିବେଦିତା ମହାରଣାଙ୍କ ଦ୍ଵାରା ଦ୍ୱେତ ନୃତ୍ୟ ପର୍ଯ୍ୟାୟରେ ଅଭିନୟ ଆଫ୍ରିକା ଓ ଆଫ୍ରିକା, ଏକକ ନୃତ୍ୟଶିଳ୍ପୀ ସୌରଭ ମହାତିକ ଦ୍ଵାରା ଆହେ ନୀଳ ଶୈଳ, ସୁବ୍ରତ ର‌ୟ ଓ ରାହୁଲ ରୟଙ୍କ ଦ୍ବାରା ହଂସଧ୍ୱନୀ ପଲ୍ଲବୀ, ଚନ୍ଦ୍ରାଜା ବି ମହାପାତ୍ରଙ୍କ ଦ୍ଵାରା ବର୍ଷା ବିଷାରା, ଅତୀ ଦରଙ୍କ ଦ୍ଵାରା ଶଙ୍ଖ ଧ୍ଵନୀ ପଲ୍ଲବା ଏବଂ ଶେଷରେ ତ୍ରୀଧାରା ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ଵାରା ଅଭିନୟ ମହାଲକ୍ଷ୍ମଅଷ୍ଟକମ୍ ପରିବେଷିତ ହୋଇଥୁଲା

ସମଗ୍ର କାର୍ଯ୍ୟକ୍ରମଟି ମୃତ୍ୟୁଞ୍ଜୟ ରଥଙ୍କ ପରିଚାଳନାରେ ସଙ୍ଗଠିତ ହୋଇଥିଲା ।

Leave A Reply

Your email address will not be published.