Latest Odisha News

BREAKING NEWS

୩ୟ କୋରାପୁଟ ସାହିତ୍ୟ ଉତ୍ସବ ଉଦ୍‌ଘାଟିତ

ଭୁବନେଶ୍ବର: ଓଡ଼ିଆ ମିଡିଆ ଆୟୋଜିତ ତୃତୀୟ କୋରାପୁଟ ସାହିତ୍ୟ ଉତ୍ସବର ଉଦ୍‌ଘାଟନୀ ସଭା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ଏହି ଉତ୍ସବକୁ ଓଡ଼ିଆ ଭାଷା, ସାହିତ୍ୟ, ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତିପ୍ରକାଶ ପାଣିଗ୍ରାହୀ ଉଦ୍‌ଘାଟନ କରିଥିଲେ । ପ୍ରସିଦ୍ଧ ଔପନ୍ୟାସିକ ବିଭୂତି ପଟ୍ଟନାୟକ ମୁଖ୍ୟଅତିଥି ଭାବେ ଯୋଗ ଦେଇଥିବା ବେଳେ ବରିଷ୍ଠ କବି ହରପ୍ରସାଦ ଦାସ ମୁଖ୍ୟବକ୍ତା ଭାବେ ଯୋଗ ଦେଇଥିଲେ। ଉତ୍ସବରେ ଅଧ୍ୟକ୍ଷତା କରିଥିଲେ ଓଡ଼ିଆ ମିଡିଆ ନିର୍ଦ୍ଦେଶକ ତଥା କଥାକାର ଶୁଭ୍ରାଂଶୁ ପଣ୍ଡା।

ଏ ଅବସରରେ ପ୍ରସିଦ୍ଧ କଥାଶିଳ୍ପୀ ପଦ୍ମଜ ପାଳ ଓ ଜଣାଶୁଣା କବି ଅମରେଶ ପଟ୍ଟନାୟକଙ୍କୁ ଚଳିତ ବର୍ଷ ପାଇଁ କୋରାପୁଟ ସାହିତ୍ୟ ସମ୍ମାନ ପ୍ରଦାନ କରାଯାଇଥିଲା । ପୁରସ୍କାର ବାବଦରେ ପ୍ରତ୍ୟେକଙ୍କୁ ୨୧ ହଜାର ଟଙ୍କା, ମାନପତ୍ର, ଉପଢୌକନ ଓ ଉତ୍ତରୀୟ ପ୍ରଦାନ କରାଯାଇଥିଲା। ଏ ଅବସରରେ ଇଂରାଜୀ କବିତା ସଂକଳନ ‘ଏ ଲଷ୍ଟ୍‌ ହେଭେନ୍’ ପାଇଁ ଚଳିତ ବର୍ଷର ପେନ୍‌ ଇନ୍‌ ବୁକ୍ସ ବେଷ୍ଟ୍‌ ସେଲର୍‌ ପୁରସ୍କାର କବି କଳ୍ପାଶା ଅଙ୍କିତାଙ୍କ ଦିଆଯାଇଥିଲା। 

ଉଦ୍‌ଘାଟନୀ ଉତ୍ସବ ପରେ ଉଭୟ ପୁରସ୍କାର ପ୍ରାପକଙ୍କ ସହ ଏ ସାକ୍ଷାତକାର ଆଲୋଚନା ଅନୁଷ୍ଠିତ ହୋଇଥିଲା। ଅମରେଶ ପଟ୍ଟନାୟକଙ୍କ ସହ ବରିଷ୍ଠ କବି ରକ୍ଷଖ ନାୟକ ଆଲୋଚନା କରିଥିବା ବେଳେ ପଦ୍ମଜ ପାଳଙ୍କୁ ପ୍ରଶ୍ନ ପଚାରିଥିଲେ କବି ଓ ସମାଲୋଚକ ଜ୍ଞାନୀ ଦେବାଶିଷ ମିଶ୍ର। ଏହା ପରେ ‘ଓଡ଼ିଆ କାହାଣୀ: ସମସାମୟିକ ଓ ଶାସ୍ତ୍ରୀୟ’ ଶୀର୍ଷକ ଆଲୋଚନାରେ ଦାଶ ବନହୁର, ଡ ଗୌରହରି ଦାସ, ସରୋଜିନୀ ସାହୁ ଓ ପରେଶ ପଟ୍ଟନାୟକ ବକ୍ତବ୍ୟ ରଖିଥିଲେ । ଏହର ପରିଚାଳନା କରିଥିଲେ ଅମରେଶ ବିଶ୍ବାଳ।  ‘ଓଡ଼ିଆ କବିତା: ବିବିଧତା ନା ବିଭାଜନ’ ଶୀର୍ଷକ ଆଲୋଚନାରେ କବି ପ୍ରଦୀପ ବିଶ୍ବାଳ, ଜ୍ଞାନ ହୋତା ଓ କେଦାର ମିଶ୍ର ଯୋଗ ଦେଇଥିଲେ। ଏହାକୁ ପରିଚାଳନା କରିଥିଲେ ନବ ଜ୍ୟୋତି ରାୟ।

Leave A Reply

Your email address will not be published.