Latest Odisha News

BREAKING NEWS

ଭୁବନେଶ୍ୱର; ବାଲିପାଟଣାରେ ଅବସ୍ଥିତ ଶିଶୁମଠ ସାହି  ସ୍ଥିତ ପଞ୍ଚସଖା ଶିଶୁ ଅନନ୍ତଙ୍କ ପୀଠରେ ଶିଶୁ ଅନନ୍ତ ଦାସଙ୍କ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି। କାର୍ଯ୍ୟକ୍ରମକୁ ଜୟଦେବ ବିଧାୟକ ଡ. ଅରବିନ୍ଦ ଢାଲି ଉଦଘାଟନ କରିଥିବା ବେଳେ , ମୁଖ୍ୟ ଅତିଥି ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦୋଷ ପଟ୍ଟନାୟକ ମୁଖ୍ୟବକ୍ତା ଭାବେ ଗବେଶକା ଓ ଆଧ୍ୟାତ୍ମିକ ଶରଣାବିନ୍ଦ ଓଝା , ସମ୍ମାନିତ ଅଥିତି ଭାବେ ଚଳଚିତ୍ର ସମୀକ୍ଷକ ଓ ସାମ୍ବାଦିକ ଦିଲ୍ଲୀପ ହାଲି ଯୋଗ ଦେଇଥିଲେ।

ଏହି ଅବସରରେ ପ୍ରରିବ୍ରାଜକ ପ୍ରମୋଦ କୁମାରଙ୍କୁ ଶିଶୁ ଅନନ୍ତ ସମ୍ମାନ , ପ୍ରାଚୀପିଠ ମଠାଧୀଶ ବାବା ଦାମୋଦର ଦାସଙ୍କୁ ବାବା ମଧୁସୂଦନ ସମ୍ମାନ, ଡ . ଫନୀ ମହାନ୍ତିଙ୍କୁ ବାଲିପାଟଣା ଗୌରବ , ଦୈନିକ “ସମ୍ବାଦ” ର କ୍ରୀଡା ସାମ୍ୱାଦିକ ସୁରେଶ କୁମାର ସ୍ୱାଇଁଙ୍କୁ ସାମ୍ବାଦିକ ଗୌରବ ସମ୍ମାନ ଏବଂ ଚଣାହାଟ ବିଦ୍ୟାଳୟର ଛାତ୍ରୀ ସାଇଶୃତି ଦାସଙ୍କୁ ନଦିଆ ବିହାରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା
କାର୍ଯ୍ୟକ୍ରମରେ ବାଲିପାଟଣା ମାଟିର ସୁପୁତ୍ର ସେକ ଗୁଲଜାର ହୁସେନଙ୍କ ପ୍ରାୟୋଜିତ ଓ ନିର୍ଦ୍ଦେଶିତ ପ୍ରାମାଣିକ ଚଳଚ୍ଚିତ୍ରର ଅନନ୍ତ ଗାଥା ପ୍ରଦର୍ଶିତ ହୋଇଥିଲା।

Leave A Reply

Your email address will not be published.