Latest Odisha News

ଋଷଭ ପନ୍ତଙ୍କ ଦମଦାର ବ୍ୟାଟିଂରେ ଭାରତ ଜିତିଲା

ଓଡ଼ିଶା ସମ୍ବାଦ ବ୍ୟୁରୋ:  ୩ୟ ତଥା ଶେଷ ଦିନିକିଆରେ ଭାରତ 5 ୱିକେଟ୍‌ରେ ବିଜୟୀ ହୋଇଛି ।  ଭାରତ 260 ରନ୍‌ର ବିଜୟ ଲକ୍ଷ୍ୟକୁ ସହଜରେ ଜିତିନେଇଛି । 42.1 ଓଭରରେ 5 ଉଇକେଟ ହରାଇ ଭାରତ 261 ରନ କରି ମ୍ୟାଚ ଜିତିଛି ।  ଋଷଭ ପନ୍ତ ଦମଦାର ବ୍ୟାଟିଂ କରି  ଶତକ ହାସଲ କରିବା ସହ 113 ବଲ ଖେଳି  ଅପରାଜିତ 125 ରନ୍ କରିଛନ୍ତି ।  ଏହି ଦିନିକିଆ ଶୃଙ୍ଖଳାକୁ ଭାରତ2-1ରେ ବିଜୟଲାଭ କରିଛି । ପ୍ରଥମରୁ ଉଇକେଟ ଯାଇଥିଲେ ମଧ୍ୟ ପନ୍ତ ଏବଂ ପାଣ୍ଡ୍ୟାଙ୍କ ଯୋଡି ଭାରତକୁ ବିଜୟ ଦେଇଛନ୍ତି ।

ଅନ୍ୟମାନଙ୍କ ମଧ୍ୟରେ ହାର୍ଦ୍ଦିକ ପାଣ୍ଡ୍ୟାଙ୍କ 71 ରନ୍ , କ୍ୟାପ୍ଟେନ ରୋହିତ ଶର୍ମା 17 ରନ୍  କୋହଲି 17 ରନ୍ , ସୂର୍ଯ୍ୟକୁମାର ଯାଦବ 16 ରନ୍‌ ଓ ରବୀନ୍ଦ୍ର ଜାଦେଜା ଅପରାଜିତ 7  ରନ୍‌ ସଂଗ୍ରହ କରିଥିଲେ।

ଇଂଲଣ୍ଡ ପ୍ରଥମେ ବ୍ୟାଟିଂ କରି 45.5  ଓଭରରେ 259 ରନ କରିଥିଲା । ଇଂଲଣ୍ଡର ସ୍କୋର 12 ରନ୍‌ରେ 2 ଟି ୱିକେଟ୍‌ ନେଇଥିଲେ।  ଜୋସ୍‌ ବଟଲର60 ରନ୍‌ କରିଥିଲେ।  ମୋଇନ ଅଲି 34 ରନ୍ , ଲିଆମ ଲିଭିଂ ଷ୍ଟୋନ୍‌ 27  ରନ୍‌, ଡେଭିଡ ୱିଲି 18 ରନ କରିଥିଲେ । ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ ଋଷଭ ପନ୍ତ । ପ୍ଲେୟାର ଅଫ ଦ ସିରିଜ ହୋଇଥିଲେ ହାର୍ଦିକ ପାଣ୍ଡ୍ୟା । ମ୍ୟାଚ ବିଜୟ ପରେ ବହୁତ ଖୁସି  ଅନୁଭବ କରୁଥିବା କହିଥିଲେ ରୋହିତ ଶର୍ମା । କହିଥିଲେ ଇଂଲଣ୍ଡ ଆସି ଖେଳିବା ଏବଂ ଜିତିବା ବଡ଼ କଥା ।  ଏହା ଏକ ଭଲ ପିଚ୍ ଥିଲା । ଆଜି ଯୁବ ଖେଳାଳିମାନେ ଭଲ ପ୍ରଦର୍ଶନ କରିଥିବାରୁ ସେ  ହାର୍ଦ୍ଦିକ ଏବଂ ପନ୍ତଙ୍କୁ ପ୍ରଶଂସା କରିଥିଲେ । ସେମାନେ ଭଲ ସଟ୍ ଖେଳିଥିଲେ ବୋଲି କହିଥିଲେ ରୋହିତ ।

Leave A Reply

Your email address will not be published.