Latest Odisha News

BREAKING NEWS

ଶ୍ରୀଜଗନ୍ନାଥ ତତ୍ତ୍ୱ ଓ ତଥ୍ୟ

ଦୟାନିଧି ତ୍ରିପାଠୀଙ୍କ ବିଶେଷ ଉପସ୍ଥାପନା ଭାଗ : ୨୩୭

ଜୟ ଜଗନ୍ନାଥ, ଓଁ ନମୋ ଭଗବତେ ବାସୁଦେବାୟ।

ପୁରୁଷୋତ୍ତମ ଶ୍ରୀଜଗନ୍ନାଥଙ୍କ ପୁରୁଷୋତ୍ତମ କ୍ଷେତ୍ରରେ ତିନି ଗୋଟି ଅତ୍ୟନ୍ତ ପବିତ୍ର ଓ ପ୍ରାଚୀନତମ ନିଦର୍ଶନ ହେଲା, କଳ୍ପବଟ, ଶ୍ରୀନୀଳମାଧବଙ୍କ ଆସ୍ଥାନ ଓ ରୋହିଣୀ କୁଣ୍ଡ, କଳ୍ପବଟ ଓ ନୀଳ- ମାଧବଙ୍କ ଆସ୍ଥାନ (ଯାହା ବର୍ତ୍ତମାନ ରତ୍ନସିଂହାସନ )ଆମେ କିଛିଟା ପରିବର୍ତ୍ତିତ ସ୍ୱରୂପରେ ଦେଖୁଛେ । କିନ୍ତୁ ପୁରାଣ ବର୍ଣ୍ଣିତ ରୋହିଣୀ କୁଣ୍ଡ ସମ୍ପୂର୍ଣ ଭାବେ ଲୁପ୍ତ ହୋଇ କେବଳ ଏକ ସିମେଣ୍ଟ କୁଣ୍ଡ ପ୍ରତୀକ ଭାବରେ ରଖାଯାଇଛି। ସେହି ସ୍କନ୍ଦ ପୁରାଣ ଅନୁସାରେ ଏହାର ଅବସ୍ଥିତି ହେଲା
“ନୀଳାଦ୍ରେରନ୍ତରଭୁବି କଳ୍ପନ୍ୟଗ୍ରୋଧ ମୂଳତଃ, ବୟବ୍ୟାଂ ଦିଶିଯତକୁଣ୍ଡଂ ରୋହିଣୀ ନାମ ବିଶୃତ ତମ ”

ବିଶ୍ରୁତମ, ଅର୍ଥାତ ନୀଳ ପର୍ବତ ମଧ୍ଯସ୍ଥ କଳ୍ପବଟ ମୂଳରେ ନୀଳକାନ୍ତ ମଣି ନିର୍ମିତ୍ତ ନୀଳମାଧବଙ୍କ ଆସ୍ଥାନର ବାୟୁ କୋଣରେ ଏହି ପବିତ୍ର ରୋହିଣୀ କୁଣ୍ଡ ଅବସ୍ଥିତ। ବ୍ରହ୍ମ ପୁରାଣ ମତରେ ଅତୀତରେ ଏହି କୁଣ୍ଡ ମଧ୍ୟକୁ ପ୍ରବେଶ କରିବା ପାଇଁ ସ୍ପଟିକ ନିର୍ମିତ୍ତ ପାବଛ ଶ୍ରେଣୀ ଥିଲା। ଏହା ପ୍ରଭୁଙ୍କର କରୁଣା ବାରିରେ ପୂର୍ଣ୍ଣ ଥିଲା, ଏହି ଜଳ ଅତ୍ୟନ୍ତ ପଵିତ୍ର ଓ ମୋକ୍ଷଦାୟକ ପୁରାଣ ବର୍ଣ୍ଣିତ କାକ ଭୁଶୁଣ୍ଡି କିପରି ଚତୁର୍ଭୁଜ ରୂପ ପ୍ରାପ୍ତ ହୋଇ ଏହି ଗୁପ୍ତଗଙ୍ଗାରେ ପତିତ ହୋଇ ମୋକ୍ଷ ଲାଭ କଲେ ତାହା ଆଗାମୀ ଅଧ୍ୟୟରେ ଜାଣିବା। ବର୍ତ୍ତମାନ ଆରାଧନାର ସମୟ, ସେହି ଭାଗବତ କହେ
“ଏ ଦେହ ଥିଲେ ଜ୍ଞାନ ପାଇ
ଜଳେ ଯେସନେ ଚନ୍ଦ୍ର ଛାଇ ।
ଜ୍ଞାନେ ସକଳ ପାପ ନାଶ
ନିର୍ବାଣ ମୁକତି ପ୍ରକାଶେ ।
ଜୟ ଜଗନ୍ନାଥ (ଦ. ତ୍ରି. ଉଵାଚ )

Leave A Reply

Your email address will not be published.