Latest Odisha News

BREAKING NEWS

ଦ୍ୱିତୀୟ ତରଙ୍ଗଠାରୁ କମ୍ ଗୁରୁତର ହୋଇପାରେ ତୃତୀୟ ଲହର

ପୁଣେ: କରୋନା ମହାମାରୀର ତୃତୀୟ ତରଙ୍ଗ ସେପ୍ଟେମ୍ବରରୁ ଅକ୍ଟୋବର ମଧ୍ୟରେ ଯେକୌଣସି ସମୟରେ ଆସିପାରେ ବୋଲି ଇଣ୍ଡିଆନ୍ କାଉନସିଲ୍ ଅଫ୍ ମେଡିକାଲ୍ ରିସର୍ଚ୍ଚ (ଆଇସିଏମ୍ଆର) କହିଛି। କିନ୍ତୁ ଏହାର ପ୍ରଭାବ ଦ୍ବିତୀୟ ତରଙ୍ଗଠାରୁ କମ୍ ରହିପାରେ ବୋଲି ଆଇସିଏମଆର ଏପିଡେମୋଲୋଜି ଆଣ୍ଡ୍‌ କମ୍ୟୁନିକେବଲ୍ ଡିଜିଜ୍‌ (ECD) ବିଭାଗର ମୁଖ୍ୟ ଡା. ସମୀରନ୍ ପଣ୍ଡା କହିଛନ୍ତି।

ସେ କହିଛନ୍ତି ଯେ ସମଗ୍ର ଦେଶ ପାଇଁ ତୃତୀୟ ତରଙ୍ଗକୁ କେହି ପୂର୍ବାନୁମାନ କରିପାରିବେ ନାହିଁ। “ଯଦି ରାଜ୍ୟଗୁଡିକ କୋଭିଡ୍‌ କଟକଣାକୁ କୋହଳ କରନ୍ତି ତେବେ ଏହି ସଂକ୍ରମଣ ବୃଦ୍ଧି ପାଇବା ସହିତ କରୋନା ମାମଲାରେ ମଧ୍ୟ ବ୍ୟାପକ ବୃଦ୍ଧି ଘଟାଇପାରେ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ତରଙ୍ଗ ପାଇଁ ଗୁରୁତ୍ୱପୂର୍ଣ୍ଣ କାରଣଗୁଡ଼ିକ ହେଉଛି ଟିକାକରଣରୁ ବଞ୍ଚିତ ରହିଥିବା, ପ୍ରତିରୋଧକ ଶକ୍ତି ହ୍ରାସ, ଡେଲଟା ଭଳି ଏକ ନୂତନ ଏବଂ ମାରାତ୍ମକ ପ୍ରଜାତିର ଉତ୍ପତ୍ତି, କୋଭିଡ-ଉପଯୁକ୍ତ ଆଚରଣକୁ ଅମାନ୍ୟ କରିବା ଏହାର ପ୍ରମୁଖ କାରଣ ହୋଇପାରେ।

Leave A Reply

Your email address will not be published.