Latest Odisha News

ବୋହୂ ଦେଖି ଫେରିବା ରାସ୍ତାରେ ଓଲଟିଲା ବୋଲେରୋ, ୧୨ ଆହତ

କୋରାପୁଟ: ନିଜ ବାପ ଘରକୁ ବୁଲି ଯାଇଥିବା ବୋହୂକୁ ଦେଖିବାକୁ ଯାଇ ଫେରବା ରାସ୍ତାରେ ଓଲଟି ପଡ଼ିଲା ବୋଲେରୋ । ଏଥିରେ ୧୨ ଜଣ ଆହତ ହୋଇଛନ୍ତି । କାକିରିଗୁମ୍ମା ଥାନା ଆମ୍ବିଳିଆମ୍ବଗୁଡ଼ା ଛକ ନିକଟରେ ଗତ ରାତିରେ ଏହି ଦୁର୍ଘଟଣା ଘଟିଛି ।

ଆହତଙ୍କ ଭିତରୁ ୫ ଜଣଙ୍କ ଅବସ୍ଥା ଗୁରୁତର ରହିଛି । ସେମାନଙ୍କୁ କୋରାପୁଟ ମେଡିକାଲ କଲେଜ ଓ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି  । ଆହତମାନେ ହେଲେ ଦଶମନ୍ତପୁରରୁ ଥାନା ଅନ୍ତର୍ଗତ ବାଣୁଆଗୁଡ଼ା ଗାଁର ଏକ ପରିବାରର ସଦସ୍ୟ  ।

ନିଜ ସାନ ବୋହୂକୁ ଦେଖିବା ପାଇଁ ବାଣୁଆଗୁଡ଼ା ଗାଁର ଗୋଟିଏ ପରିବାରର ପାଖାପାଖି ୧୨ଜଣ ବୋଲେରୋରେ ଯାଇଥିଲେ  । ସେମାନଙ୍କ ଭିତରେ ପୁରୁଷ, ମହିଳାଙ୍କ ସମେତ ଥିଲେ ଛୋଟ ଛୁଆ । ବନ୍ଧୁ ଘରୁ ବିଳମ୍ବିତ ରାତିରେ ଫେରୁଥିଲେ ।

ଏତିକିବେଳେ ଆମ୍ବିଳିଆମ୍ବଗୁଡ଼ା ଛକ ନିକଟରେ ସାମନାରୁ ଆସୁଥିବା ଏକ ଗାଡ଼ିକୁ ସାଇଡ୍‌ ଦେବାକୁ ଯାଇ ଭାରସାମ୍ୟ ହରାଇ ବୋଲେରୋଟି ରାସ୍ତାକଡକୁ ଓଲଟି ପଡିଥିଲା ।

Leave A Reply

Your email address will not be published.