Latest Odisha News

BREAKING NEWS

ଦିଲ୍ଲୀରେ ଭୂକମ୍ପ : ରିକ୍ଟର୍ ସ୍କେଲ ତୀବ୍ରତା ୪.୬

ନୂଆଦିଲ୍ଲୀ: ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ଶୁକ୍ରବାର ରାତି ୯ଟା ୧୦ରେ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର୍ ସ୍କେଲରେ ଏହି ଭୂକମ୍ପର ତୀବ୍ରତା ୪.୬ ରହିଥିବାର ସୂଚନା ମିଳିଛି ।

ନ୍ୟାସନାଲ୍ ସେଣ୍ଟର୍ ଫର୍ ସିସମୋଲୋଜି ପକ୍ଷରୁ ଏନେଇ ସୂଚନାଦେଇ କୁହାଯାଇଛି ଯେ, ଏହି ଭୂମିକମ୍ପ ଗଭୀରତା ୩.୩ କିଲୋମିଟର ହୋଇଥିବା ବେଳେ ଏହା ୧୬ କିଲୋମିଟର୍ ଦୂର ହରିୟାଣାର ରୋହତକ ପର୍ଯ୍ୟନ୍ତ ଅନୁଭୂତ ହୋଇଛି ।

ଏହି ଭୂମିକମ୍ପ ନେଇ ଅଧିକ ସୂଚନା ମିଳିପାରିନାହିଁ ।

ଏଠାରେ ସୂଚନାଯୋଗ୍ୟ, ଏପ୍ରିଲ୍ ଠାରୁ ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ସ୍ୱଳ୍ପ ତୀବ୍ରତା ବିଶିଷ୍ଟ ଅନୁଭୂତ ହୋଇ ଆସୁଛି ।

Leave A Reply

Your email address will not be published.