Latest Odisha News

କରୋନା ଲଢେଇ: ବନ୍ଦେ ଉତ୍କଳ ଜନନୀ ଗାଇବେ ଦେଶବିଦେଶର ସବୁ ଓଡ଼ିଆ

ଭୁବନେଶ୍ୱର: କରୋନା ଯୋଦ୍ଧାମାନଙ୍କ ତ୍ୟାଗକୁ ସମ୍ମାନ ପ୍ରଦର୍ଶନ କରିବା ପୂର୍ବକ ‘ବନ୍ଦେ ଉତ୍କଳ ଜନନୀ’ ଗୀତ ଗାନ କରିବାକୁ ଦେଶ ବିଦେଶରେ ଥିବା ସମସ୍ତ ଓଡ଼ିଆ ଭାଇ ଭଉଣୀମାନଙ୍କୁ ଅନୁରୋଧ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ମେ’ ୩୦ ତାରିଖ ଶନିବାର ସନ୍ଧ୍ୟା ୫ଟା ୩୦ ମିନିଟରେ ଦେଶ ବିଦେଶରେ ଥିବା ସମସ୍ତ ଓଡ଼ିଆ ଜନସାଧାରଣ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି ।

ଏସମ୍ପର୍କରେ ମୁଖ୍ୟମନ୍ତ୍ରୀ ଅନୁରୋଧ କରି କହିଛନ୍ତି, ସମସ୍ତ ଓଡ଼ିଆ ଭାଇ ଭଉଣୀମାନେ ଦୁନିଆରେ ଯେଉଁଠି ବି ଥାଆନ୍ତୁ ଠିଆ ହୋଇ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରନ୍ତୁ ।

ଏହି ସମୟରେ ସବୁ ଟ୍ରାଫିକ୍ ବନ୍ଦ କରିବା ପାଇଁ ଅନୁରୋଧ କରାଯାଇଛି । ସରକାରୀ-ବେସରକାରୀ କାର୍ଯ୍ୟାଳୟ, ରାସ୍ତାଘାଟ, ବିଲବାଡ଼ି, ଘର-ବଜାର ଯେଉଁଠାରେ ବି ଥାଆନ୍ତୁ ନା କାହିଁକି, ଜନସାଧାରଣ ନିଜ ନିଜ ସ୍ଥାନରେ ଠିଆହୋଇ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରି କୋଭିଡ୍ ଯୋଦ୍ଧା ମାନଙ୍କୁ ଉତ୍ସାହିତ ଓ ସମ୍ମାନିତ କରିବା ପାଇଁ ଅନୁରୋଧ କରାଯାଇଛି ।

Leave A Reply

Your email address will not be published.