Latest Odisha News

BREAKING NEWS

ଯାଜପୁରରେ ଗୁଣି ସନ୍ଦେହରେ ହତ୍ୟା ଘଟଣା: ୪ ଅଭିଯୁକ୍ତ ଗିରଫ

ଯାଜପୁର: ଯାଜପୁର ଜିଲ୍ଲା କଳିଙ୍ଗନଗର ଥାନା ନିମପଲ୍ଲୀ ସୁରୀସାହି ରେ ଗୁଣିଗାରେଡି ସନ୍ଦେହରେ ୨ ଜଣଙ୍କୁ ହତ୍ୟା ଘଟଣା। ଜଣେ ମହିଳା ସମେତ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି କଳିଙ୍ଗନଗର ପୋଲିସ। ଏହି ୪ ଜଣ ଅଭିଯୁକ୍ତ ସେହି ଗାଁର ଅଟନ୍ତି। ତେବେ ଏହି ଘଟଣାରେ ସମ୍ପୃକ୍ତ ଥିବା ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବାକୁ ଉଦ୍ୟମ ଚଳାଇଛି ପୋଲିସ।

ସୋମବାର ଦିନ ଗୁଣିଗାରେଡି ସନ୍ଦେହରେ ଆଦିବାସୀ ଦମ୍ପତିଙ୍କୁ ଅତି ନିର୍ମମ ଭାବେ ପୋଡି ହତ୍ୟା କରାଯାଇଥିଲା। ଘଟଣା ମୁତାବକ ଜୁଲାଇ ୨୦ ତାରିଖ ସକାଳେ ନିମପଲ୍ଲୀ ସୁରୀସାହିରେ ଘର ପୋଡିଯାଉଥିବା ଦେଖି ଲୋକେ ଅଗ୍ନିଶମ ବିଭାଗକୁ ଖବର ଦେଇଥିଲେ। ହେଲେ ଅଗ୍ନିଶମ ବିଭାଗ କର୍ମଚାରୀ ସେଠାରେ ପହଞ୍ଚିବା ବେଳକୁ ଘରଟି ସମ୍ପୂର୍ଣ୍ଣ ପୋଡ଼ି ପାଉଁଶ ହୋଇଯାଇଥିବା ବେଳେ ସେଥିରେ ୨ ଜଣ ଲୋକ ମଧ୍ୟ ପୋଡି ଯାଇଥିବା ଦେଖିଥିଲେ।

ପରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନଭିନ୍ ଆରମ୍ଭ କରିଥିଲା। ତେବେ ତଦନ୍ତ ସମୟରେ ଗୁଣିଗାରେଡି ସନ୍ଦେହରେ ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ ସନ୍ଦେହ କରିଥିଲା। ଯାଜପୁର ଏସ.ପି ଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଏହି ଘଟଣାକୁ ଗୁରୁତର ସହ ନେଇ ତଦନ୍ତ ଆରମ୍ଭ କରିଥିଲା। ମଙ୍ଗଳବାର ହତ୍ୟାକାଣ୍ଡରେ ସଂପୃକ୍ତ ସେହି ଗାଁର ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଗିରଫ କରିଛି କଳିଙ୍ଗନଗର ପୋଲିସ। ଏଥିସହିତ ଏହି ହତ୍ୟାକାଣ୍ଡରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତ ମାନଙ୍କୁ ଧରିବାକୁ ପୋଲିସ ଉଦ୍ୟମ ଜାରି ରଖିଛି। ସେପଟେ ଗୁଣିଗାରେଡି ସନ୍ଦେହରେ ଏହି ହତ୍ୟାକାଣ୍ଡ ହୋଇଥିବା ପୋଲିସ ସ୍ପଷ୍ଟ କରିଛି। ଗତକାଲି ଭୋର ସମୟରେ ମୃତ ଦମ୍ପତ୍ତିଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରି ପିଟିପିଟି ଦରମରା କରିବା ପରେ ଘର ଭିତରେ ପୁରାଇ ନିଆଁ ଲଗାଇ ଦେଇଥିବା ପୋଲିସ କହିଛି।

Comments are closed.