Latest Odisha News

BREAKING NEWS

ଆଜିଠାରୁ ୧୦ ଦିନ ପାଇଁ ସମ୍ବଲପୁରରେ ସଟ୍ ଡାଉନ

ସମ୍ବଲପୁର: କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ ଆଜିଠାରୁ ସମ୍ବଲପୁରକୁ ସଟ୍ ଡାଉନ କରାଯାଇଛି । ଆଜିଠାରୁ ୩୧ ତାରିଖ ଯାଏଁ ଅର୍ଥାତ ୧୦ ଦିନିଆ ସଟ୍ ଡାଉନ ଘୋଷଣା ହୋଇଛି ।

ଏହି ସଟ୍‌ଡାଉନ ସମୟରେ ଜିଲ୍ଲା ଭିତରେ ଯାତାୟତ ନେଇ କଟକଣା ଜାରି ହୋଇଛି । କେବଳ ଅତ୍ୟାବଶ୍ୟକ ଦୋକାନ ଛାଡି ଦେଲେ ଅନ୍ୟ ସବୁ ଦୋକାନ ବନ୍ଦ ରହିବ । ସେହିପରି ସରକାରୀ ତଥା ବେସରକାରୀ କାର୍ଯାଳୟ ମଧ୍ୟ ବନ୍ଦ ରହିବ । ତେବେ ହସ୍ପିଟାଲ, ମେଡିସିନ ଷ୍ଟୋର, ଗ୍ୟାସ ବିତରଣ ଓ ପେଟ୍ରୋଲ ପମ୍ପ ଖୋଲିବା ନେଇ କୌଣସି କଟକଣା ନାହିଁ ।

Leave A Reply

Your email address will not be published.