Latest Odisha News

BREAKING NEWS

ଦାଦା ବଟି ଅଭିଯୋଗରେ ୪ ଗିରଫ

ପୁରୀ: ପୁରୀ ସହରରେ ଦାଦା ବଟି ଅଭିଯୋଗ । ଏହି ଘଟଣା ନେଇ ୪ଜଣଙ୍କୁ ଗିରଫ କରାଯାଇଛି । ସେମାନଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୁରୀ ଟାଉନ ଥାନା ପୋଲିସ । ଗିରଫ ଅଭିଯୁକ୍ତ ହେଲେ ପୁରୀ ସହରର ରବି ନାରାୟଣ ଆପଟ , କାନୁ ମହାପାତ୍ର , ଚୈତନ୍ୟ ପୃଷ୍ଟି , ସତ୍ୟ ରଂଜନ ପଣ୍ଡା ।
ଅଭିଯୁକ୍ତ ମାନେ ମରିଚିକୋଟ ଛକରେ ଥିବା ଅଭିରାମ ପରମହଂସ ଆଶ୍ରମକୁ ଯାଇ ସେଠାରେ ୩୦ ହଜାର ଟଙ୍କା ଦାଦା ବଟି ମାଗି ଥିଲେ। ଖରାପ ଭାଷାରେ ଗାଳି ଗୁଲଜ କରିବା ସହ ଟଙ୍କା ନଦେଲେ ଜୀବନରୁ ମାରି ଦେବାକୁ ଧମକ ଦେଇଥିଲେ । ଏ ନେଇ ଟାଉନ ଥାନା ରେ ଅଭିଯୋଗ ହେବା ପରେ ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ୩୦ ହଜାର ଟଙ୍କା ଜବତ କରାଯାଇଛି ।

Leave A Reply

Your email address will not be published.