Latest Odisha News

BREAKING NEWS

ସ୍ଥଗିତ ରହିଲା ଓଜେଇଇ ପରୀକ୍ଷା, ଜୁଲାଇରେ ହେବ ନୂଆ ତାରିଖ ଘୋଷଣା

ଭୁବନେଶ୍ବର : ପୁଣି ସ୍ଥଗିତ ରହିଲା ଓଜେଇଇ ପରୀକ୍ଷା । ମହାମାରୀ କୋରୋନା ସଂକ୍ରମଣ କାରଣରୁ ଓଜେଇଇ ପରୀକ୍ଷାକୁ ସ୍ଥଗିତ ରଖାଯାଇଛି । ପରୀକ୍ଷା କେବେ ହେବେ, କୋଭିଡ ପରିସ୍ଥିତିକୁ ଅନୁଧ୍ୟାନ କରିବା ପରେ ଆସନ୍ତା ଜୁଲାଇର ପ୍ରଥମ ସପ୍ତାହରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ଓଜେଇଇ ଅଧ୍ୟକ୍ଷ ସୂଚନା ଦେଇଛନ୍ତି ।

ସେହିପରି ପରୀକ୍ଷା ପାଇଁ ଅନ୍‌ଲାଇନ୍ ଅବେଦନର ସମୟ ସୀମାକୁ ବଢ଼ାଇ ଦିଆଯାଇଛି । ଆସନ୍ତା ଜୁଲାଇ ୧୨ ତାରିଖ ପର୍ଯ୍ୟନ୍ତ ଆବେଦନ ଅବଧିକୁ ବଢ଼ାଇ ଦିଆଯାଇଛି । ସେହିପରି ଫି ଦାଖଲ ଅବଧି ଜୁଲାଇ ୧୪ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ତେବେ ଯେଉଁମାନେ ପ୍ରବେଶିକା ପରୀକ୍ଷାରେ ସାମିଲ ହେବା ପାଇଁ ଆବେଦନ କରିବାରୁ ବଞ୍ଚିତ ଥିଲେ, ସେମାନେ ଏବେ ଅନଲାଇନରେ ଆବେଦନ କରିପାରିବେ ବୋଲି ଓଜେଇଇ ପକ୍ଷରୁ କୁହାଯାଇଛି ।

Leave A Reply

Your email address will not be published.