Latest Odisha News

BREAKING NEWS

ପୋଲିସକୁ ମିଳିଲା ବଡ ସଫଳତା, ଏନକାଉଣ୍ଟରରେ ୪ ଅପରାଧି ଆହତ

ଝାରସୁଗୁଡା: ଝାରସୁଗୁଡା ଅନ୍ତର୍ଗତ ବ୍ରଜରାଜନଗର ଛକ ନିକଟରେ ପୋଲିସର ଏନକାଉଣ୍ଟରରେ ମଙ୍ଗଳବାର ବିଳମ୍ବିତ ରାତିରେ ୪ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଆହତ ହୋଇଛନ୍ତି ।

ଆହତ ଅପରାଧୀଙ୍କ ମଧ୍ୟରେ ଅନନ୍ତ ଧଳ, ଶୈଳେନ୍ଦ୍ର ପାତ୍ର, ନିକି ସିଂହ ଓ ରଫିକ୍ ଅନସାରୀ ରହିଛନ୍ତି ।

ଆହତ ଅପରାଧୀମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଝାରସୁଗୁଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ନେଇ ଜଣାପଡିଛି ।

ମିଳିଥିବା ସୂଚନାନୁଯାୟୀ ଗତକାଲି ବ୍ରଜରାଜନଗର ଅଞ୍ଚଳରେ ଏହି ଅପରାଧିମାନେ ଗୁଳି ମାଡ କରି ଫେରାର୍ ହେଉଥିବା ବେଳେ କୌଣସି ସୁତ୍ରରୁ ଖବର ପାଇ ପୋଲିସ ତାଙ୍କୁ କାବୁ କରିବାକୁ ଚେଷ୍ଟା କରିଥିଲା। ଏହି ସମୟରେ ମଧୁପୁର ଜଙ୍ଗଲ ନିକଟରେ ପୋଲିସ୍ ସହିତ ସେମାନଙ୍କର ମୁହାଁମୁହିଁ ହୋଇଥିଲା । ପରେ ସେମାନେ ପୋଲିସ ଉପରକୁ ଅତର୍କିତ ଆକ୍ରମଣ କରିଥିଲା ବେଳେ ଏହାର ପାଲଟା ଜବାବରେ ପୋଲିସ୍ ଗୁଳି ଚାଳନା କରିଥିଲା।

ଉଲ୍ଲେଖଯୋଗ୍ୟ, ଏହି ଅପରାଧିମାନେ ବ୍ରଜରାଜନଗର ନିକଟରେ ମଣ୍ଟୁ ଘୋଷ ନାମକ ଜଣେ ବ୍ୟକ୍ତିଙ୍କ ଉପରକୁ ୪ ରାଉଣ୍ଡ ଗୁଳିମାଡ କରିଥିଲେ । ପରେ ଗୁରୁତର ଅବସ୍ଥାରେ ସମ୍ପୃକ୍ତ ଯୁବକଙ୍କୁ ମେଡିକାଲ ନିଆଯାଇଥିଲେ ମଧ୍ୟ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା ।

Leave A Reply

Your email address will not be published.