Latest Odisha News

BREAKING NEWS

ଯାଜପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୨ ମୃତ

ଯାଜପୁର: ଯାଜପୁର ଜିଲ୍ଲା କୋରାଇ ଥାନା ଅନ୍ତର୍ଗତ ପାଟୁଳି ଛକ ନିକଟରେ ବୁଧବାର ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ଚାଳକ ଦ୍ୱୟଙ୍କ ଘଟଣାସ୍ଥଳରେ ହିଁ ମୃତ୍ୟୁ ଘଟିଛି । ଗାଡ଼ିରେ ବସିଥିବା ଦୁଇ ମହିଳା ମଧ୍ୟ ଗୁରୁତର ଭାବେ ଆହତ ହୋଇଛନ୍ତି । ଆହତ ମହିଳା ଦୁଇ ଜଣଙ୍କୁ ଚିକିତ୍ସା ପାଇଁ ଯାଜପୁର ରୋଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ମିଳିଥିବା ସ୍ଵଚନା ଅନୁଯାୟୀ, ଯାଜପୁର ଚଇନିପୁର ଅଞ୍ଚଳର ହାତୀ ଦାସ ନିଜ ବାଇକରେ ଦୁଇ ମହିଳାଙ୍କୁ ନେଇ ଯାଜପୁର ରୋଡ୍ ଚୋରଦା କାଳୀ ମେଳଣ ପଡିଆରୁ ଅପେରା ଦେଖି ଫେରୁଥିଲେ । ଅନ୍ୟ ପଟୁ ସ୍ଥାନୀୟ ଜହ୍ନା ଗ୍ରାମର ବିକାଶ ମଲ୍ଲିକ ବାଇକରେ କଳିଙ୍ଗନଗର ଜିନ୍ଦଲ କାରଖାନା ଆଭିମୁଖେ ଯାଉଥିଲେ । ତେବେ, ପାଟୁଳି ଛକ ନିକଟରେ ଦୁଇ ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ଦୁଇ ବାଇକର ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି ।

ଗାଡ଼ିରେ ଥିବା ଅନ୍ୟଦୁଇ ମହିଳାଙ୍କୁ ଗୁରୁତର ଭାବେ ଯାଜପୁର ରୋଡ୍ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା କରାଯାଇ ତାଙ୍କୁ କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି । କୋରାଇ ପୋଲିସ୍ ଡାକ୍ତରଖାନାରେ ପହଞ୍ଚି ମୃତଦେହ ଦୁଇଟିକୁ ଜବତ୍ କରିଛି ।

Comments are closed.