Latest Odisha News

BREAKING NEWS

ପୁଲୱାମାରେ ସେନା ଓ ଆତଙ୍କବାଦୀ ମଧ୍ୟରେ ଗୁଳିବିନିମୟ, ୪ ଯବାନ ସହିଦ

ଶ୍ରୀନଗର : ଜମ୍ମୁ ଓ କାଶ୍ମୀରର ଦକ୍ଷିଣ କଶ୍ମୀର ଅନ୍ତର୍ଗତ ପୁଲୱାମା ଜିଲ୍ଲା ପିଙ୍ଗଲିନା ଠାରେ ସୋମବାର ଦିନ ସେନା ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି।

ଏହି ଗୁଳିବିନିମୟରେ ଜଣେ ମେଜରଙ୍କ ସମେତ ୪ ଜଣ ଯବାନ ସହିଦ ହୋଇଥିବା ନେଇ ଏକ ଜାତୀୟ ଗଣମାଧ୍ୟମ ରିପୋର୍ଟରୁ ଜଣାପଡିଛି । ସହିଦ ଯବାନଙ୍କ ମଧ୍ୟରେ ମେଜର୍ ଡିଏସ୍ ଦୋନ୍ଦିଆଲ୍, ହେଡ୍ କନେଷ୍ଟବଳ ସେବା ରାମ, ସିପାହୀ ଅଜୟ କୁମାର, ହରସିଂହ ଓ ଗୁଲଜାର ଅହମ୍ମଦ ଆଦି ରହିଛନ୍ତି ।

ପ୍ରାପ୍ତ ସୂଚନାନୁଯାୟୀ କିଛି ଆତଙ୍କବାଦୀ ପିଙ୍ଗଲିନ ଅଞ୍ଚଳରେ ଛପି ରହିଥିବା ନେଇ ସୁରକ୍ଷାକର୍ମୀଙ୍କୁ ବିଶ୍ୱସ୍ତ ସୁତ୍ରରୁ ଖବର ମିଳିଥିଲା । ଆତଙ୍କବାଦୀ ମାନଙ୍କୁ ଧରିବା ପାଇଁ ସୁରକ୍ଷାକର୍ମୀଙ୍କ ପକ୍ଷରୁ ଏକ ତଲାସି ଅଭିଯାନ ଆରମ୍ଭ କରାଯାଇଥିଲା । ଏହି ସର୍ଚ୍ଚ ଅପରେସନ ବେଳେ ଛପି ରହିଥିବା ଆତଙ୍କବାଦୀ ପକ୍ଷରୁ ଅତର୍କିତ ଗୁଳି ଚାଳନା କରାଯାଇଥିଲା ।

ଲୁଚି ରହିଥିବା ଆତଙ୍କବାଦୀ ଜୈସ ଏ ମହମ୍ମଦ ସଂଗଠନର ହୋଇଥିବା ଜଣାପଡ଼ିଛି। ପୁଲୱାମା ଅତର୍କିତ ଆକ୍ରମଣ କରିଥିବା ଆତଙ୍କବାଦୀ ଆଦିଲର ଏମାନେ ସହଯୋଗୀ ବୋଲି କୁହାଯାଇଛି।

ଉଲ୍ଲେଖଯୋଗ୍ୟ ଗତ ଗୁରୁବାର ଦିନ ପୁଲୱାମାରେ ଆତ୍ମଘାତୀ ଆକ୍ରମଣରେ ୪୦ରୁ ଅଧିକ ଯବାନ ସହିଦ ହୋଇଥିଲେ । ଆଜି ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳରେ ସେନା ପକ୍ଷରୁ ତଲାସି ଅଭିଯାନକୁ ଜୋରଦାର କରାଯାଇଥିବା ଜଣାପଡିଛି । ଏଥିସହିତ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରିବା ସହ ମୋବାଇଲ ଓ ଇଣ୍ଟରନେଟ ସେବାକୁ ମଧ୍ୟ ବନ୍ଦ କରିଦିଆଯାଇଛି।

Leave A Reply

Your email address will not be published.