Latest Odisha News

BREAKING NEWS

ବ୍ୟାଟେରୀ ଚୋରି କରି ୪ ଗିରଫ

ଭୁବନେଶ୍ୱର: ଫିଲ୍ମ ଷ୍ଟାଇଲରେ ଚୋରି । ନବବର୍ଷର ପ୍ରଥମ ରାତିରେ ଚୋରି । ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ । ବିଳମ୍ବିତ ରାତିରେ ଅପରାଧୀମାନେ ଖଣ୍ଡଗିରି ଥାନା ଅନ୍ତର୍ଗତ ଖାରବେଳ ହୋଟେଲ ନିକଟରେ ଥିବା ଇଣ୍ଡସ ଟାୱାର ଭିତରକୁ ପଛ ଗେଟର ତାଲା ଭାଙ୍ଗି ଏକ ବୋଲେରୋ ମ୍ୟାକ୍ସ ପିକ୍ ଅପ୍ ଭ୍ୟାନ୍ ସହ ପ୍ରବେଶ କରିଥିଲେ । ସେଠାରେ ବ୍ୟାଟେରୀ ଗଚ୍ଛିତ ସ୍ଥାନକୁ ଭାଙ୍ଗି ସେଥିରୁ ୨୨ ଗୋଟି ୩୦୦ ଏଏଚ୍ କୋସଲାଇଟ୍ ବ୍ୟାଟେରୀ ଚୋରି କରି ନେଇଯାଇଥିଲେ। ଚୋରି କଲାବେଳେ ସେହି ସ୍ଥାନରୁ ଏଲାର୍ମ ସୂଚନା ପାଇ ଅଭିଯୋଗକାରୀମାନେ ଘଟଣାସ୍ଥଳକୁ ଆସିଥିଲେ । ଏହାଦେଖି ବୋଲେରୋ ଗାଡିଟି ଦ୍ରୁତଗତିରେ ଘଟଣାସ୍ଥଳରୁ ଚମ୍ପଟ ମାରିଥିଲା ।

ପରେ ଏନେଇ ଖଣ୍ଡଗିରି ଥାନାରେ ଅଭିଯୋଗ ହୋଇଥିଲା । ରିପୋର୍ଟ ଆଧାରରେ ଖଣ୍ଡଗିରି ପୁଲିସ୍ ତଦନ୍ତ କରି ସଂପୃକ୍ତ ୪ ଅଭିଯୁକ୍ତଙ୍କୁ ରମାମଣି ପେଟ୍ରୋଲ ପମ୍ପ ନିକଟରେ ଗାଡିରେ ପେଟ୍ରୋଲ ପକେଇବା ପାଇଁ ଅପେକ୍ଷା କରିଥିବାବେଳେ ଚଢଉ କରି ଚୋରି ହୋଇଥିବା ବ୍ୟାଟେରୀ ସମେତ ବ୍ୟବହୃତ ବୋଲେରୋ ଗାଡିକୁ ଜବତ କରିବା ସହ ସଂପୃକ୍ତ ୪ ଅଭିଯୁକ୍ତଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି । ଏହି ଚୋରିରେ ସମ୍ପୃକ୍ତ ଥିବା ଅଭିଯୁକ୍ତମାନେ ହେଲେ ରାଜେନ୍ଦ୍ର ବେହେରା (୨୬), ଟିକିନା ପାଣ୍ଡେ (୪୫), ଚିତ୍ରସେଣ ଜେନା (୩୪), ଓ ରାକେଶ ଜେନା (୨୯) । ତିନିଜଣ ଜଟଣୀ ଥାନାର ହୋଇଥିବା ବେଳେ ଟିକିନା ପାଣ୍ଡେ ଭରତପୁର ଥାନା ଅଞ୍ଚଳର ବୋଲି ଜଣାପଡ଼ିଛି ।

ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି ଯେ, ଏହି ବୋଲେରୋଟି ଅଭିଯୁକ୍ତ ରାଜେନ୍ଦ୍ର ବେହେରାଙ୍କ ସ୍ତ୍ରୀଙ୍କ ନାମରେ ଅଛି । ଏହି ଅଭିଯୁକ୍ତମାନେ ପୂର୍ବରୁ ଧାରାବାହିକ ଭାବରେ ଖୋର୍ଦ୍ଧା ତଥା ଭୁବନେଶ୍ୱର ସୁରକ୍ଷାକର୍ମୀ ବିହୀନ ଅନେକ ଟେଲିକମ ଟାୱାରରୁ ହୋଇଥିବା ବ୍ୟାଟେରୀ ଚୋରି କେସରେ ସଂପୃକ୍ତ ଅଛନ୍ତି ।

ନିକଟ ଅତୀତରେ ତା ୨୪.୧୨.୨୦୨୧ ରିଖରେ ନୟାପଲ୍ଲୀ ରେଣ୍ଟାଲ୍ କଲୋନୀରେ ଥିବା ଟେଲିକମ ଟାୱାର ବ୍ୟାଟେରୀ ଚୋରିରେ ମଧ୍ୟ ଏମାନଙ୍କର ସମ୍ପୃକ୍ତି ରହିଛି । ଏହି ଘଟଣାର ତଦନ୍ତ ଚାଲିଥିବା ପୋଲିସ କହିଛି । ଏହି କେସର ତଦନ୍ତ ଚାଲୁ ରହିଛି ।

Comments are closed.