Latest Odisha News

BREAKING NEWS

ରାଜଧାନୀରେ ମାତିଛନ୍ତି ମୋବାଇଲ ଲୁଟେରା, ୩ ଗିରଫ

ଭୁବନେଶ୍ୱର: ରାଜଧାନୀରେ ଲୁଟେରାଙ୍କ ଦୌରାତ୍ମ୍ୟ । ମଦ ପିଇବା ପାଇଁ ଲୁଟିନେଲେ ମୋବାଇଲ । ଅଭିଯୁକ୍ତଙ୍କୁ ଗିରଫ କରି ଧରିକୋର୍ଟ ଚାଲାଣ କଲା ଖାରବେଳ ଥାନା ପୋଲିସ ।

BjdElectrycity

ଅଭିଯୋଗକାରୀ ନବବର୍ଷ ଦିନ କୌଣସି ବ୍ୟକ୍ତଗତ କାମ ପାଇଁ କଟକରୁ ଭୁବନେଶ୍ୱର ଆସିଥିଲେ । ଶ୍ରୀୟା ସିନେମା ହଲ୍ ନିକଟରେ ସେ ଟିଫିନ ଖାଇସାରି ବିସ୍କୁଟ୍ କାରଖାନା ଦେଇ ମାଳିସାହି ଆଡ଼କୁ ଯାଉଥିଲେ । ସେହି ସମୟରେ ୩ଜଣ ବ୍ୟକ୍ତି ତାଙ୍କୁ ଧକ୍କା ଦେଇ ଜବରଦସ୍ତ ତାଙ୍କର ମୋବାଇଲ ଛଡ଼ାଇ ନେଇଥିଲେ । ଏନେଇ ଖାରବେଳନଗର ଥାନାରେ ଅଭିଯୋଗ ହୋଇଥିଲା ।

ଅଭିଯୋଗ ପରେ ଖାରବେଳନଗର ପୋଲିସ ଛାନଭିନ ଜାରି ରଖିଥିଲା । ମୋବାଇଲ ଲୁଟ୍ କରିଥିବା ୩ ଜଣ ଅଭିଯୁକ୍ତ ଏକ ସ୍କୁଲର ଖେଳ ପଡ଼ିଆରେ ମଦ୍ୟପାନ କରୁଥିବା ବେଳେ ପୋଲିସ ସେମାନଙ୍କୁ ଗିରଫ କରିଥିଲା । ପରେ ସେମାନଙ୍କ ନିକଟରୁ ମୋବାଇଲ ଜବତ କରି ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରିଛି ।

ପୋଲିସ ରିପୋର୍ଟ ଅନୁସାରେ ଏହି ଲୁଟ୍ ଘଟଣାରେ ସମ୍ପୃକ୍ତ ଥିବା ମହେଶ୍ୱର ନାୟକ (୨୨), କିରଣ ନାୟକ (୨୧), ଗେଣ୍ଡୁ ନାୟକ (୨୪) ସମସ୍ତେ ନୟାଗଡ ଜିଲ୍ଲାର ହୋଇଥିବା ବେଳେ ଭୁବନେଶ୍ୱର ଖାରବେଳନଗର ହରିଜନବସ୍ତିରେ ରହୁଥିଲେ। ସେଥିମଧ୍ୟରୁ ମହେଶ୍ୱର ନାୟକ ଜଣେ ଅଭ୍ୟାସଗତ ଅପରାଧୀ ।

ସେମାନେ ମଦ୍ୟପାନ କରିବା ଏବଂ ନୂତନ ବର୍ଷ ପାଳନ କରିବା ପାଇଁ ଅର୍ଥର ଆବଶ୍ୟକତା ଥିବାରୁ ଅଭିଯୋଗକାରୀଙ୍କୁ ଏକାକୀ ଦେଖିବା ପରେତାଙ୍କ ମୋବାଇଲ୍ ଫୋନ୍ ଜବରଦସ୍ତ ଛଡ଼ାଇ ନେଇଥିଲେ ବୋଲି ପୋଲିସ କହିଛି ।

Leave A Reply

Your email address will not be published.