Latest Odisha News

BREAKING NEWS

ବିମାନ ଦୁର୍ଘଟଣାର ୪୦ ଦିନ ପରେ ଜଙ୍ଗଲରୁ ଉଦ୍ଧାର ହେଲେ ୪ ଭାଇଭଉଣୀ

ବଗୋଟା: ଭଗବାନ ଯାହାକୁ ବଞ୍ଚେଇବାକୁ ଚାହିଁବେ ତାକୁ କିଏ ମାରିବ ? ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଆମାଜନ ଜଙ୍ଗଲରୁ ଉଦ୍ଧାର ହୋଇଥିବା ଏହି ୪ ଭାଇଭଉଣୀ । ଏଇ ୪ ଭାଇଭଉଣୀ ଏକ ଭୟଙ୍କର ବିମାନ ଦୁର୍ଘଟଣାର ଶିକାର ହୋଇଥିଲେ । ଆମାଜନ ଜଙ୍ଗଲରେ ଏମାନେ ସାହାଯ୍ୟ ଆଶାରେ ଘୁରି ବୁଲୁଥିଲେ । ଫଳମୂଳ ଖାଇ ବଞ୍ଚିଥିଲେ । ନିଖୋଜର ୪୦ ଦିନ ପରେ ଏମାନଙ୍କୁ ଉଦ୍ଧାର କରାଯାଇଛି । ଏହି ୪ ଭାଇଭଉଣୀ କଲୋମ୍ବିଆର ।  ଏ ନେଇ ସୂଚନା ଦେଇଛନ୍ତି  ରାଷ୍ଟ୍ରପତି ଗୁସ୍ତାଭୋ ପିଟ୍ରୋ  ।

ଉଦ୍ଧାର ହୋଇଥିବା ପିଲାମାନେ ମୂଳତଃ ‘ୟୁଟୋଟୋ’ ଆଦିମ ଅଧିବାସୀ ଶ୍ରେଣୀର  । ସେମାନଙ୍କର ବୟସ ଯଥାକ୍ରମେ:- ୧୩, ୯, ୪ ଓ ୧ ବର୍ଷ। ମେ ୧ ତାରିଖ ପୂର୍ବାହ୍ନରେ ସେମାନେ ‌ଗୋଟିଏ ଇଞ୍ଜିନ୍‌ବିଶିଷ୍ଟ ଛୋଟ ବିମାନ ‘ସେସ୍‌ନା ୨୦୬’ରେ ଯାତ୍ରା କରୁଥିଲେ । ହଠାତ ବିମାନଟି  ଦୁର୍ଘଟଣା ଗ୍ରସ୍ତ ହୋଇ ଆମାଜନ୍‌ ଜଙ୍ଗଲରେ ପଡ଼ିଯାଇଥିଲା।  ।  ଦୁର୍ଘଟଣାସ୍ଥଳରୁ ସେନା ସେମାନଙ୍କର ମାଆ, ଜଣେ ଆତ୍ମୀୟ ଓ ବିମାନର ପାଇଲଟ୍‌ଙ୍କର ମୃତ୍ୟୁ ଘଟିଥିଲା ।

ହେଲେ ପିଲାମାନଙ୍କର କୌଣୗସି ଖବର ମିଳି  ନଥିଲା । ତେବେ ତଲାସକାରୀ ଦଳ ମାଟିରେ ଛୋଟ ପାଦଚିହ୍ନ ଦେଖିବା ପରେ ସେମାନେ ବଞ୍ଚିଥିବେ ବୋଲି ଆଶା ପ୍ରକାଶ କରିଥିଲେ। ବହୁ ଖୋଜାଖୋଜି ପରେ ସେମାନଙ୍କର ସନ୍ଧାନ ନ ମିଳିବାରୁ ସେନାର ସାହାଯ୍ୟ ନିଆ ଯାଇଥିଲା । ୪୦ ଦିନ ଧରି ଘଞ୍ଚ ଜଙ୍ଗଲ ଖୋଜିବା ପରେ ଏହି ୪ ଭାଇଭଉଣୀଙ୍କ ସନ୍ଧାନ ପାଇଥିଲେ ସେନା ।

ପିଲାମାନଙ୍କ ଉଦ୍ଧାର ହେବା ଖବର ପାଇବା ପରେ ରାଷ୍ଟ୍ରପତି ପିଟ୍ରୋ ଫଟୋ ସେୟାର କରିଛନ୍ତି । ଏହି ଫଟୋରେ ଉଦ୍ଧାର ୪ ଭାଇଭଉଣୀଙ୍କ ସହ କିଛି ଆଦିମ ଅଧିବାସୀ ଓ ସେନା ମଧ୍ୟ ଅଛନ୍ତି । ଏହି ଫଟୋ ସେୟାର କରି   ପିଟ୍ରୋ କହିଛନ୍ତି: ସମଗ୍ର ଦେଶ ପାଇଁ ଆନନ୍ଦର ବିଷୟ! କୋଲୋମ୍ବୀୟ ଜଙ୍ଗଲରେ ୪୦ ଦିନ ତଳେ ହଜିଯାଇଥିବା ୪ଜଣ ପିଲା ବଞ୍ଚିଛନ୍ତି।

ଫଟୋରେ ଏହି ପିଲାମାନେ ଅତି ଦୁର୍ବଳ ଦେଖା ଯାଉଛନ୍ତି । ଉଦ୍ଧାର କରାଯିବା ପରେ ସେମାନଙ୍କର ଡାକ୍ତରୀ ଚିକିତ୍ସା ଚାଲିଛି  । ପିଟ୍ରୋ କହିଛନ୍ତି  ‘ ଆଜି ଏ ପିଲାମାନେ ହେଉଛନ୍ତି ଶାନ୍ତିର ପିଲା ତଥା କୋଲୋମ୍ବିୟାର ପିଲା। ଆଜିର ଦିନ ଗୋଟାଏ ‘କୁହକମୟ ଦିନ’। ଏହା ହେଉଛି ‘ତିଷ୍ଠି ରହିବା’ର ଗୋଟାଏ ପ୍ରକୃଷ୍ଟ ଉଦାହରଣ ଏବଂ ଏ ପିଲାମାନଙ୍କର ଗାଥା ଇତିହାସରେ ହୋଇ ରହିବ।

Leave A Reply

Your email address will not be published.