Latest Odisha News

BREAKING NEWS

୧୭ରେ ଢେଙ୍କାନାଳ ଆସିବେ ଗୃହମନ୍ତ୍ରୀ ଅମିତ ଶାହ

 ଭୁବନେଶ୍ୱର: ଧୀରେ ଧୀରେ ବଢିଲାଣି ନିର୍ବାଚନୀ ଉଷ୍ମତା । ଗ୍ରାସରୁଟରୁ ଆରମ୍ଭ କରୁଛନ୍ତି ପ୍ରସ୍ତୁତି । କଂଗ୍ରେସର ଭାରତ ଯୋଡୋ ଯାତ୍ରା ପରେ ବିଜେପି ଆରମ୍ଭ କରିଛି ଜନସମ୍ପର୍କ ଅଭିଯାନ। ଏହି କାର୍ଯ୍ୟକ୍ରମ ଅବସରରେ ଢେଙ୍କାନାଳ ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ।   

 ଢେଙ୍କାନାଳ ଆସିବେ ଅମିତ ଶାହା  । ଆସନ୍ତା ୧୭ ତାରିଖରେ ଆସିବେ ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ।  ଢେଙ୍କାନାଳ ମହା ଜନସମ୍ପର୍କ ଯାତ୍ରାରେ ସାମିଲ ହେବେ  । ଏମିତି ସୂଚନା ଦେଇଛନ୍ତି  ବିଜେପି ସାଧାରଣ ସମ୍ପାଦକ ପୃଥ୍ବୀରାଜ ହରିଚନ୍ଦନ ।

ଖାଲି  ଶାହ ନୁହେଁ,  ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି । ବିଜେପିର ମହାଜନସଂପର୍କ କାର୍ଯ୍ୟକ୍ରମରେ ଯୋଗଦେବେ ଏହି ଦୁଇ ବରିଷ୍ଠ ନେତା । ଆସନ୍ତା ୧୭ ତାରିଖରେ ଶାହା ଓ ୨୨ ତାରିଖରେ ନଡ୍ଡା ଓଡ଼ିଶା ଆସିବାର କାର୍ଯ୍ୟକ୍ରମ ରହିଛି।

ବିଜେପି ସାଧାରଣ ସମ୍ପାଦକ ପୃ୍ଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇ କହିଛନ୍ତି, ଭାରତୀୟ ଜନତା ପାର୍ଟି ପକ୍ଷରୁ ଚାଲିଥିବା ଜନସମ୍ପର୍କ ଅଭିଯାନକୁ ଆହୁରି ବ୍ୟାପକ କରିବା ବଡ ବଡ କେନ୍ଦ୍ରୀୟ ନେତା ଓଡ଼ିଶାକୁ ଆସିବେ  । କେନ୍ଦ୍ରୀୟ ଯୋଜନା ସବୁ ଲୋକଙ୍କ ପାଖରେ ପହଞ୍ଚାଇବା ସହ ୨୦୨୪ ନିର୍ବାଚନ ପାଇଁ ତଳସ୍ତରରୁ ଦଳକୁ ମଜବୁତ କରିବା ଏହି କାର୍ଯ୍ୟକ୍ରମର ଲକ୍ଷ୍ୟ   ।

Leave A Reply

Your email address will not be published.