Latest Odisha News

BREAKING NEWS

ଚାଲିଥିଲା ମୋଟା ଅଙ୍କର ଡିଲ୍, ମାଡି ବସିଲା ବନ ବିଭାଗ ଟିମ୍

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଅଧିକାରୀଙ୍କୁ ମିଳିଛି ବଡ ସଫଳତା । ବିଶେଷ ସୂତ୍ରରୁ ଖବର ପାଇବା ପରେ ଗତକାଲି ସକାଳେ ଯଶିପୁର ରାଇରଙ୍ଗପୁର ରାସ୍ତା ଜାମୁକେଶ୍ୱର ଅଞ୍ଚଳରୁ ୪ଟି ମୂଲ୍ୟବାନ ହାତୀ ଦାନ୍ତ ସହ ୫ ଜଣ ବ୍ୟବସାୟୀଙ୍କୁ ଗିରଫ କରିଛି ପୋଲିସ । ସମସ୍ତ ଅଭିଯୁକ୍ତ ଯଶିପୁର ଥାନା ଅଞ୍ଚଳର ବୋଲି ଜଣାପଡିଛି । ଅଭିଯୁକ୍ତ ମାନଙ୍କ ଠାରୁ ୨ଟି ବାଇକ ସହିତ ୪ଟି ମୋବାଇଲ ଫୋନ କୁ ଜବତ କରିଛି ବିଭାଗ । ହାତୀଦାନ୍ତଟି ଖୁବ କମ ବୟସ ହାତୀର ଦାନ୍ତ ହୋଇଥିବା ଜଣାପଡ଼ିଛି । ଅଭିଯୁକ୍ତମାନେ ହାତୀର ଦାନ୍ତକୁ ଶିକାରୀ ଠାରୁ ଆଣିବାପରେ ରାତାରାତି ଧନୀ ହେବାପାଇଁ ମୋଟା ଅଙ୍କର ଟଙ୍କାରେ ଡିଲ କରିଥିଲେ । କିନ୍ତୁ ହାତୀଦାନ୍ତ ବିକ୍ରି ପୂର୍ବରୁ  ଦକ୍ଷିଣ ଶିମିଳିପାଳ ଡେପୁଟି ଡାଇରେକ୍ଟର ଡ଼ ସମ୍ରାଟ ଗୌଡା,  ଏବଂ ଉତ୍ତର ଶିମିଳିପାଳ ଡେପୁଟି ଡାଇରେକ୍ଟର ସାଇ କିରଣ ଡିଏନଙ୍କୁ ନେଇ ଗଠିତ ଏକ ୧୦ ଜଣିଆ ଟିମ ଅଭିଯୁକ୍ତ ମାନଙ୍କୁ ମାଡ଼ିବସିଥିଲେ ।

BjdElectrycity

ସେପଟେ ଅଭିଯୁକ୍ତ ମାନଙ୍କୁ ପଚରା ଉଚରା ପରେ ଜଣାପଡିଛି ସମସ୍ତ ଅଭିଯୁକ୍ତଙ୍କ ସହିତ ଅନ୍ୟ ୨ ଜଣ ବ୍ୟବସାୟୀ ସାମିଲ ଅଛନ୍ତି । ତେବେ ହାତୀଦାନ୍ତକୁ ଦୁଧିଆଣି ରେଞ୍ଜ ଅଞ୍ଚଳରୁ ଆଣିବାପରେ ଅଧିକ ଟଙ୍କା ଲୋଭରେ ବ୍ୟବସାୟ କରୁଥିବା ଶିମିଳିପାଳ ବ୍ୟାଘ୍ର ପ୍ରକଳ୍ପ ଅଧିକରିଙ୍କ ସମ୍ମୁଖରେ ସ୍ୱୀକାର କରିଛନ୍ତି ଅଭିଯୁକ୍ତ ମାନେ । କେତେ ଟଙ୍କାରେ ଡିଲ କରାଯାଉଥିଲା, କେଉଁ ଅଞ୍ଚଳର ବ୍ୟବସାୟୀକୁ ବିକ୍ରି କରୁଥିଲେ ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ । ସେପଟେ ସେମାନଙ୍କ ଠାରୁ ମିଳିଥିବା ମୋବାଇଲ ଫୋନର ବାର୍ତ୍ତାଳାପ, ସହିତ ସିଡ଼ିଆର ରିପୋର୍ଟର ଆଧାରରେ ତଦନ୍ତ ଆରମ୍ଭ କରିଛି ବିଭାଗ

ହାତୀଦାନ୍ତ ସହିତ ଶିକାରୀଙ୍କୁ ଧରିବାରେ ଶିମିଳିପାଳ ବ୍ୟାଘ୍ରପ୍ରକଳ୍ପ ଅଧିକାରୀ ସଫଳତା ପାଇବାପରେ ଏମାନଙ୍କ ପଛରେ ଥିବା ମାଷ୍ଟର ମାଇଣ୍ଡ କୁ ଧରିବାରେ କେବେ ସଫଳ ହୋଉଛନ୍ତି ତାହା ଦେଖିବାକୁ ବାକି ରହିଲା ।

Leave A Reply

Your email address will not be published.