Latest Odisha News

BREAKING NEWS

ପିଓକେରେ ଷଡଯନ୍ତ୍ର ରଚୁଛି ପାକିସ୍ଥାନ: ଛୋଟ ପିଲାଙ୍କୁ ଅପହରଣ କରି ଦେଉଛି ଆତଙ୍କୀ ତାଲିମ

ଇସଲାମବାଦ: ଆତାଙ୍କବାଦର ପୁଷ୍ଠପୋଷକ ସାଜିଛି ପାକିସ୍ତାନ । ବିଭିନ୍ନ ପ୍ରଲୋଭନ ଦେଖାଇ ଏଇ ଘୃଣ୍ୟ କାମରେ ଯୁବଗୋଷ୍ଠୀକୁ ସାମିଲ କରୁଥିଲା । ଏବେ ଛୋଟ ପିଲାଙ୍କୁ ବି ଛାଡିନି ।  ପାକ ଅଧିକୃତ କଶ୍ମୀରରେ ଛୋଟ ଛୋଟ ପିଲାମାନଙ୍କୁ ଜବରଦସ୍ତ ଆତଙ୍କବାଦୀ ସଜାଇବାର ଷଡଯନ୍ତ୍ର ଚାଲିଛି ।

BjdElectrycity

ପାକିସ୍ତାନ ଆତଙ୍କବାଦୀ ସଂସ୍ଥା ଆଇଏସଆଇ ଏବଂ ଅନ୍ୟ ଏଜେନ୍ସିମାନେ ଛୋଟ ଛୋଟ ପିଲାଙ୍କୁ ଅପହରଣ କରି ଆତଙ୍କୀ ତାଲିମ ଦେଉଛନ୍ତି । ଏଇ ଛୋଟ ଛୋଟ ପିଲାଙ୍କୁ ହାତରେ ନୀରିହ ଲୋକଙ୍କ ହତ୍ୟା ପାଇଁ ଅସ୍ତ୍ରଶସ୍ତ୍ର ଧରାଇ ଦିଆ ଯାଉଛି । ଏମିତି ଅଭିଯୋଗ ଆସିଛି ପାକ ଅଧିକୃତ କଶ୍ମୀରରୁ ।

ପାକ ଅଧିକୃତ ଜମ୍ମୁକଶ୍ମୀର ଟ୍ରେଡର୍ସ ଆସୋସିଏସନ ଅଧ୍ୟକ୍ଷ ମୌଲାନା ଖଲିଲ ଏକ ପ୍ରେସ କନଫରେନ୍ସ କରି ଏପରି ଭୟଙ୍କର ତଥ୍ୟର ଖୁଲାସା କରିଛନ୍ତି । କିପରି ଏଠାରେ ପିଲାଙ୍କୁ ଆତଙ୍କୀ କରିବା ପାଇଁ ପ୍ରସ୍ତୁତି ଚାଲିଛି  ସେ ସମ୍ବନ୍ଧୀୟ  ସମ୍ପୂର୍ଣ୍ଣ ତଥ୍ୟ  ସାର୍ବଜନୀନ କରିଛନ୍ତି ।

ଅଧ୍ୟକ୍ଷ ମୌଲାନା ଖଲିଲ କହିଛନ୍ତି ଏହା କେବଳ ଜେହାଦୀ ସଂଗଠନର କାମ ନୁହେଁ । କାରଣ ଆଇଏସଆଇ ଏବଂ ପାକିସ୍ଥାନର ଅନ୍ୟ ଏଜେନ୍ସିର ବିନା ସହାୟତାରେ ଏପରି ପ୍ରଶିକ୍ଷଣ ଶିବିର କରିବା ସମ୍ଭବ ନୁହେଁ ।

ସିକ୍ୟୁରିଟି ଏକ୍ସପର୍ଟଙ୍କ କହିବ ଅନୁଯାୟୀ, ଦୀର୍ଘ ଦିନ ଧରି ପାକିସ୍ତାନକୁ ଆତଙ୍କବାଦୀଙ୍କ ଫ୍ୟାକ୍ଟ୍ରି ମାନ୍ୟତା ଦିଆଯାଇଛି । ଏକଥା ସମସ୍ତେ ଜାଣନ୍ତି, ବିଶ୍ୱରୁ ଆତଙ୍କବାଦୀ ଦୂର କରିବାକୁ ହେଲେ ପ୍ରଥମେ ପାକିସ୍ତାନରୁ ଏହାକୁ ଦୂର କରିବାକୁ ପଡିବ । କାରଣ ସାରା ବିଶ୍ୱରୁ ଯେଉଁଠି ବି ଆତଙ୍କୀ ହିଂସାକାଣ୍ଡ ଘଟେ ତାହାର ସମ୍ପର୍କ କେଉଁଠି ନା କେଉଁଠି ପାକ୍ତସ୍ଥାନ ସହ ଥିବାର ପ୍ରମାଣ ଥାଏ ।

ପାକିସ୍ତାନର ଆତଙ୍କବାଦୀ ଏବେ ମାନବତା ପାଇଁ ଏକ ଅଭିଶାନ ପାଲଟି ଯାଇଛି । ସାରା ବିଶ୍ୱ ଆଜି ପାକିସ୍ତାନ ଆତଙ୍କବାଦକୁ ନେଇ ଚିନ୍ତାରେ ଥିବାବେଳେ ଏବେ ଏଠାରେ ଶିଶୁମାନଙ୍କୁ ବି ସାମିଲ କରାଯାଉଥିବା ଘଟଣା ସାରା ବିଶ୍ୱର ଚିନ୍ତା ବଢାଇଛି ।

 

Leave A Reply

Your email address will not be published.