Latest Odisha News

BREAKING NEWS

ବିଜୁଳି ନେଲା ୪ ହାତୀଙ୍କ ଜୀବନ, ଅଳ୍ପକେ ବର୍ତ୍ତିଲେ ଦୁଇ ଦନ୍ତା

ଗୁଣପୁର : ବିଜୁଳି ନେଇଗଲା ଚାରି ହାତୀଙ୍କ ଜୀବନ। ଅଳ୍ପକେ ବର୍ତ୍ତିଲେ ଦୁଇ ଦନ୍ତା। ଟ୍ରାନ୍ସଫରମ ବିଦ୍ୟୁତ ଆଘାତରେ ହାତୀ ମୃତ । ଏଭଳି ଘଟଣା ଓଡ଼ିଶା-ଆନ୍ଧ୍ର ସୀମାନ୍ତ ଅଞ୍ଚଳ ଶ୍ରୀକାକୁଲମ ଜିଲ୍ଲା କାଟ୍ରାଗଡା ନିକଟରେ ଘଟିଛି।

ସୂଚନା ଅନୁଯାୟୀ, ଆଜି ଭୋର ସକାଳେ କାଟ୍ରାଗଡା ଅଞ୍ଚଳରେ ୬ ଟିକିଆ ହାତୀପଲ ବୁଲୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ଏହି ହାତୀପଲ ଆନ୍ଧ୍ର ମୁହାଁ ହୋଇ ଯାଉଥିଲେ। ତେବେ ଆନ୍ଧ୍ରର କାଟ୍ରାଗଡା ଠାରେ ୪ଟି ହାତୀ ଚାଷ ଜମିର ହୁଡା ଚଢୁଥିବା ବେଳେ କୌଣସି ଅସାବଧାନତା ଯୋଗୁଁ ଟ୍ରାନ୍ସଫରମ ବିଦ୍ୟୁତ ତାର ଲାଗିଯାଇଥିଲା । ଫଳରେ ଘଟଣାସ୍ଥଳରେ ୪ ଟି ହାତୀର ମୃତ୍ୟୁ ଘଟିଛି । ଆଉ ୨ ହାତୀ ପାହାଡ଼ ଚଢ଼ି ଯାଉଥିବା କୁହାଯାଉଛି । ତେବେ ମୃତ ହାତୀଙ୍କ ମଧ୍ୟରେ ୨ଟି ମାଈ ହାତୀ, ୨ ଅଣ୍ଡିରା ହାତୀ ରହିଛନ୍ତି । ବର୍ତ୍ତମାନ ଯାଏଁ ହାତୀ ମୃତ୍ୟୁର ପ୍ରକୃତ କାରଣ ଜଣାପଡ଼ିନଥିବା ବେଳେ ବିଦ୍ୟୁତ ଆଘାତ ଯୋଗୁ ହାତୀ ମୃତ୍ୟୁ ହୋଇଥିବା ସନ୍ଦେହ କରାଯାଉଛି ।

ତେବେ ମୃତ ହାତୀ ଗୁଡ଼ିକ ଓଡ଼ିଶାର କି ଆନ୍ଧ୍ରର ତାହା ଜଣାପଡ଼ିନାହିଁ । ଖବର ପାଇ ଶ୍ରୀକାକୁଲମ ଜିଲ୍ଲା ଡିଏଫଓ ସମେତ ଉଚ୍ଚସ୍ତରୀୟ ଜଙ୍ଗଲ ବିଭାଗ ଅଧିକାରୀ ମାନେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରୁଛନ୍ତି ।

 

Leave A Reply

Your email address will not be published.