Latest Odisha News

BREAKING NEWS

ପ୍ରକାଶ ପାଇଲା ସିବିଏସଇ ଦଶମ ପରୀକ୍ଷା ଫଳ; ପାସ ହାର ୯୩.୧୨ %

ନୂଆଦିଲ୍ଲୀ: ଦ୍ୱାଦଶ ପରୀକ୍ଷା ଫଳ ବାହାରିବାର କିଛି ସମୟ ପରେ ସିବିଏସଇ ଦଶମ ପରୀକ୍ଷା ଫଳ ପ୍ରକାଶ ପାଇଛି । ଏ ନେଇ ସିବିଏସଇ ୱେବସାଇଟରେ ସୂଚନା ଦିଆ ଯାଇଛି । ପରୀକ୍ଷାର ଲିଙ୍କ ମଧ୍ୟ ସେୟାର କରାଯାଇଛି । ଛାତ୍ରଛାତ୍ରୀମାନେ  ସିବିଏସଇର ଅଫିସିଆଲ ୱେବସାଇଟ cbseresults.nic.in କିମ୍ବା cbse.nic.in ରୁ ପରୀକ୍ଷା ଫଳ ପାଇପାରିବେ ।

BjdElectrycity

ମୋଟ ପାସ ହାର ୯୩.୧୨ ପ୍ରତିଶତ ରହିଛି । ଗତବର୍ଷ ତୁଳନାରେ ୧.୨୮% କମ ରହିଛି । ଝିଅଙ୍କ ପାସ ହାର ପୁଅମାନଙ୍କ ତୁଳନାରେ ୨ ପ୍ରତିଶତ ଅଧିକ ରହିଛି । ପୁଅଙ୍କ ପାସ ହାର  ୯୪.୨୫ ପ୍ରତିଶତ ଥିବାବେଳେ ଝିଅଙ୍କ ପାସ ହାର ୯୨.୨୭ ପ୍ରତିଶତ ରହିଛି । ଦଶମ ରେଜଲ୍ଟରେ ଥିରୁବନନ୍ତପୁରମ୍ ରିଜିଅନରେ ପାସ୍ ହାର ସର୍ବାଧିକ ରହିଛି । ଏହି ରିଜିଅନର ପାସ ହାର ୯୯.୯୧ ପ୍ରତିଶତ ରହିଛି । ସେହିପରି ଭୁବନେଶ୍ୱରର ପାସ ହାର ୯୩.୬୪ ପ୍ରତିଶତ ରହିଛି

ସୂଚନାଥାଉ କି,  ଚଳିତ ବର୍ଷ ମାର୍ଚ୍ଚ ୧୫ରୁ ୨୧ ପର୍ଯ୍ୟନ୍ତ ସିବିଏସ୍‌ଇ ଦଶମ ପରୀକ୍ଷା ହୋଇଥିଲା । ଏଥିପାଇଁ ୨୧ ଲକ୍ଷ ୮୬ ହଜାର  ୯୬୦ ଜଣ ଛାତ୍ରଛାତ୍ରୀ ନାମ ପଞ୍ଜୀକରଣ କରିଥିଲେ।

ରେଜଲ୍ଟ ଜାଣିବାକୁ ହେଲେ ପ୍ରଥମେ https://cbseservices.digilocker.gov.in ୱେବ୍ସାଇଟ୍କୁ ଯାଆନ୍ତୁ ଓ ଆକ୍ଟିଭେଟ୍ ସିବିଏସ୍ଇ ଅପ୍ସନ୍ କ୍ଲିକ୍ କରନ୍ତୁ । ଏହାପରେ ନୂଆ ପେଜ୍କୁ ଯାଇ ‘Get Started With Accunt Confirmation ଅପସନରେ କ୍ଲିକ୍ କରନ୍ତୁ । ତା’ ପରେ ସ୍କୁଲ୍ କୋଡ୍, ରୋଲ୍ ନମ୍ବର, କ୍ଲାସ୍, ସିକ୍ୟୁରିଟି ପିନ୍ ଦେଇ next କ୍ଲିକ୍ କଲେ ଆପଣଙ୍କର ବ୍ୟକ୍ତିଗତ ତଥ୍ୟ ସ୍କ୍ରିନ୍ରେ ଉପଲ୍ଲବ୍ଧ ହେବ । ମୋବାଇଲ୍ ନମ୍ବର ଦେଇ ‘submit ଅପ୍ସନ୍ କ୍ଲିକ୍ କରନ୍ତୁ। ଏସବୁ ତଥ୍ୟ ଦେବା ପରେ ଆପଣଙ୍କ ନମ୍ବରକୁ ଏକ ଓଟିପି ଆସିବ। ଓଟିପି ଦେଇ ଆପଣ ଆକାଉଣ୍ଟ ଆକ୍ଟିଭେଟ୍ କରିପାରିବେ। ସେହିପରି ଇସ୍ୟୁଡ ଡକ୍ୟୁମେଣ୍ଟ   ଟ୍ୟାବରେ ଆପଣ ସିବିଏସ୍ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ରେଜଲ୍ଟର ମାର୍କସିଟ୍, ସାର୍ଟିଫିକେଟ୍ ଓ ମାଇଗ୍ରେସନ୍ ସାର୍ଟିଫିକେଟ୍ ଦେଖିପାରିବେ।

 

Leave A Reply

Your email address will not be published.