ବଲାଙ୍ଗୀର: ହରଡଘଟଣାରେ ନକଲି ଶିକ୍ଷକ । ନକଲି ଶିକ୍ଷକଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ସରକାର ।ବଲାଙ୍ଗୀରରେ ଜାଲ ସାର୍ଟିଫିକେଟ ମାମଲାରେ ୪ଜଣଙ୍କୁ ବହିଷ୍କାର କରାଯାଇଛି । ବଲାଙ୍ଗୀର ଜିଲ୍ଲା ଶିକ୍ଷା ଅଧିକାରୀ ଏହି ୪ ନକଲି ଶିକ୍ଷକଙ୍କୁ ଚାକିରିରୁ ବହିଷ୍କାର କରିଛନ୍ତି । ପୂର୍ବରୁ ଜଣେ ଗିରଫ ହୋଇଥିବା ବେଳେ ଅନ୍ୟ ତିନିଜଣ ୩ଜଣ ଫେରର ଅଛନ୍ତି । ବହିଷ୍କୃତ ଶିକ୍ଷକ ହେଲେ ସଞ୍ଜିତ ପାଣି ମହାନନ୍ଦ, ମୃଣ୍ମୟୀ ପଣ୍ଡା, ବିରଞ୍ଚି ପ୍ରସାଦ ନାୟକ ଓ ଅଲମା ଟପୋ ।
ସୂଚନାନୁସାରେ, ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ବିଭାଗରେ ମାଳ ମାଳ ଜାଲ୍ ସାର୍ଟିଫିକେଟଧାରୀ ସରକାରୀ ଚାକିରି ହାତେଇବାରେ ସଫଳ ହୋଇଛନ୍ତି । ତେବେ ନକଲି ଶିକ୍ଷକଙ୍କ ବିରୋଧରେ ରାଜ୍ୟ ସରକାର କଡା କାର୍ଯ୍ୟାନୁଷ୍ଠାନ ନେଇଛନ୍ତି । ନକଲି ସାର୍ଟିଫିକେଟ ଦେଇ ସରକାରୀ ଚାକିରି ହାତେଇଥିବା ୪ ଶିକ୍ଷକଙ୍କୁ ବିଦାକରିଛନ୍ତି ଜିଲ୍ଲା ଶିକ୍ଷାଧିକାରୀ ।
ଏହି ଘଟଣାରେ ଜିଲ୍ଲାରୁ ରଣ୍ଡା ହାଇସ୍କୁଲର ହିନ୍ଦୀ ଶିକ୍ଷୟିତ୍ରୀ ମୃଣ୍ମୟୀ ପଣ୍ଡାଙ୍କୁ ଗତ ୧୦ତାରିଖରେ ଗିରଫ କରିଥିଲା ପୋଲିସ । ସେ ଜାଲ ସାର୍ଟିଫିକେଟରେ ୨୦୧୨ରୁ ଚାକିରି କରି ଆସୁଥିଲେ । ଵଲାଙ୍ଗିର ଡିଇଓ ଙ୍କ ଅଭିଯୋଗ ଆଧାରରେ ଗିରଫ ହୋଇଥିଲେ।
ତେବେ ପରେ ଜଣାପଡିଥିଲା, ତାଙ୍କ ସହିତ ଅନ୍ୟ ୩ ଜଣ ଶିକ୍ଷକ ନକଲି ସାର୍ଟିଫିକେଟରେ ଚାକିରି କରିଛନ୍ତି । ଏନେଇ ଟାଉନଥାନାରେ ଅଭିଯୋଗ କରିଥିଲେ ଜିଲ୍ଲା ଶିକ୍ଷାଧିକାରୀ । ଅନ୍ୟ ତିନି ନକଲି ଶିକ୍ଷକ ଏବେ ବି ଫେରାର ଥିବାରୁ ତାଙ୍କୁ ଗିରଫ କରାଯାଇ ପାରିନାହିଁ ।
Comments are closed.