Latest Odisha News

BREAKING NEWS

ହ୍ଵାଟ୍ସଆପ ଆଣିଲା ନୁଆ ଫିଚର୍: ଏଣିକି ପଠାଇ ପାରିବେ HD ଫଟୋ

ନୂଆଦିଲ୍ଲୀ: ବିଶ୍ଵର ଲୋକପ୍ରିୟ ମେସେଜିଂ ପ୍ଲାଟଫର୍ମ ହ୍ବାଟ୍ସଆପରେ ସେୟାର କରିହେବ ହାଇ କ୍ବାଲିଟି ଫଟୋ । ଆପରେ ଫଟୋ ସେୟାରିଂରେ ଉନ୍ନତି ଆଣିବା ପାଇଁ ହ୍ବାଟ୍ସଆପ ଏକ ନୂତନ ଫିଚର ଯୋଡିଛି, ଯାହା ସାହାଯ୍ୟରେ ଆପଣ HD ଫଟୋ ସେୟାର କରିପାରିବେ । ମେଟାର ସିଇଓ ମାର୍କ ଜୁକରବର୍ଗ ଇନଷ୍ଟାଗ୍ରାମ ବ୍ରୋଡକାଷ୍ଟ ଚ୍ୟାନେଲରେ ଏହି ସୂଚନା ଦେଇଛନ୍ତି ।

ସୂଚନାଅନୁସାରେ, ବର୍ତ୍ତମାନ ସୁଦ୍ଧା ୟୁଜର୍ସ ହ୍ବାଟ୍ସଆପରେ କମ୍ପ୍ରେସ ଫଟୋ ସେୟାର କରୁଥିଲେ । କିନ୍ତୁ ବର୍ତ୍ତମାନ ଆପଣ ଏହାର ଗୁଣବତ୍ତା ପରିବର୍ତ୍ତନ କରିପାରିବେ । ଏହି ଫିଚର ଫେଜ ଅନୁସାରେ ରିଲିଜ କରାଯାଉଥିବା ବେଳେ କିଛି ଦିନ ଭିତରେ ସମସ୍ତେ ଏହି ଫିଚରର ସୁବିଧା ପାଇପାରିବେ ବୋଲି ସୂଚନା ମିଳିଛି । ଏହି ଫିଚର ବ୍ୟବହାର କରିବା ସମୟରେ ଅର୍ଥାତ ଫଟୋ ସେୟାର କରିବା ସମୟରେ ଆପଣଙ୍କୁ ଉପରୋକ୍ତ HD ବଟନ୍ ଉପରେ କ୍ଲିକ୍ କରିବାକୁ ପଡିବ । ଯଦି ଆପଣ କାହାକୁ ଫଟୋ ସେୟାର କରିବା ସମୟରେ HD ବଟନ୍ କ୍ଲିକ ନକଲେ ଫଟୋ କମ୍ପ୍ରେସ ହୋଇ ସେୟାର ହେବ । କିନ୍ତୁ HD ଫଟୋ ଅପ୍ସନ ଉପରେ କ୍ଲିକ କରିବା ଦ୍ବାରା ଫଟୋ ହାଇକ୍ବାଲିଟି ହେବ ।

ଯେତେବେଳେ ଆପଣ କାହା ସହିତ ଏକ HD ଫଟୋ ସେୟାର କରୁଛନ୍ତି, ସେତେବେଳେ ଅନ୍ୟ ବ୍ୟକ୍ତି ମଧ୍ୟ ଏହା ଏକ ହାଇକ୍ବାଲିଟି ଫଟୋ ବୋଲି ଜାଣିପାରିବେ । କାରଣ ଫଟୋର ନିମ୍ନ ଭାଗରେ HD ଲୋଗୋ ଦେଖାଯିବ । ଏହାରି ଭିତରେ କମ୍ପାନୀ ପକ୍ଷରୁ ଆଉ ଏକ ଫିଚର ନେଇ ମଧ୍ୟ ସୂଚନା ଦିଆଯାଇଛି । ଖୁବ୍ ଶୀଘ୍ର ୟୁଜର୍ସ HD ଭିଡିଓର ବିକଳ୍ପ ମଧ୍ୟ ପାଇବେ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ତେବେ କହିରଖୁଛୁ କି, HD ମୋଡରେ ଫଟୋ ପଠାଇବା ଦ୍ବାରା ଇଣ୍ଟରନେଟ ମଧ୍ୟ ଅଧିକ ଖର୍ଚ୍ଚ ହେବ । ଇଣ୍ଟରନେଟକୁ କମ କରିବା ପାଇଁ ଆପଣ କମ୍ପ୍ରେସ ମୋଡରେ ମଧ୍ୟ ଫଟୋ ପଠାଇପାରିବେ ।

ସୂଚନାଯୋଗ୍ୟ ଯେ ହ୍ବାଟ୍ସଆପରେ ଫଟୋ ସେୟାର କରିବା ସମୟରେ ଫଟୋ ଡାଇମେନ୍ସନ୍ ସମ୍ପୂର୍ଣ୍ଣ ସୁରକ୍ଷିତ ରହିବ । ଫଟୋ ସହିତ ଭିଡିଓ ସେୟାରିଂରେ ମଧ୍ୟ କ୍ବାଲିଟି ଭଲ ରହିବ । ନିକଟରେ କମ୍ପାନୀ ସର୍ଟ ଭିଡିଓ ଫିଚର ମଧ୍ୟ ଜାରି କରିଛି । ଏହାର ସାହାଯ୍ୟରେ ଆପଣ ଚାଟ କରୁଥିବା ବ୍ୟକ୍ତିଙ୍କୁ ଛୋଟ ଭିଡିଓ ରେକର୍ଡ କରି ପଠାଇ ପାରିବେ । ଯେଭଳି ଅଡିଓ ରେକର୍ଡ ସେୟାର ହେଉଛି ଏହା ସମାନ କାମ କରିଥାଏ । ୬୦ ସେକେଣ୍ଡର ଭିଡିଓ କରି ପଠାଇ ପାରିବେ ।

Leave A Reply

Your email address will not be published.