Latest Odisha News

BREAKING NEWS

ଗାଧୁଆ ଘରୁ ଉଦ୍ଧାର ହେଲା ନାଗ

ଚାନ୍ଦବାଲି: ଗାଧୁଆ ଘରୁ ଉଦ୍ଧାର ହେଲା ନାଗସାପ । ଚାନ୍ଦବାଲି ଏନଏସି ଅନ୍ତର୍ଗତ ଚାନ୍ଦବାଲି ମହାବିଦ୍ୟାଳୟ ନିକଟରୁ ନାଗ ସାପ ଉଦ୍ଧାର । ମହାବିଦ୍ୟାଳୟ ନିକଟରେ ଜଣେ ବ୍ୟକ୍ତିଙ୍କ ଗାଧୁଆ ଘରୁ ଏହି ନାଗ ସାପଟିକୁ ଉଦ୍ଧାର କରାଯାଇଛି ।

ନାଗସାପଟି ୪ ଫୁଟର ବୋଲି ଜଣାପଡିଛି ।  ଗାଧୁଆ ଘରକୁ ପ୍ରବେଶ କରିବା ପରେ ସାପକୁ ଦେଖି ପରିବାର ଲୋକେ ଭୟଭୀତ ହୋଇ ପଡିଥିଲେ । ଏନେଇ ସ୍ଥାନୀୟ ସାପ ଧରାଳୀଙ୍କୁ ଖବର ଦିଆ ଯାଇଥିଲା ।

ସ୍ଥାନୀୟ ସାପ ଧରାଳୀ ଧୁଖିରାମ ଦାସ କଲେଜ ଛକ ନିକଟରେ ପହଁଚି ନାଗଟିକୁ ଉଦ୍ଧାର କରିଥିଲେ । ଏହାପରେ ସାପଟିକୁ ଚାନ୍ଦବାଲି ବନ ବିଭାଗର କର୍ମଚାରୀଙ୍କୁ ହସ୍ତାର କରାଯାଇଛି । ବନ ବିଭାଗ କର୍ମଚାରୀ ସାପକୁ ନିକଟସ୍ଥ ଜଙ୍ଗଲରେ ଛାଡିଦେଇଛନ୍ତି ।

Leave A Reply

Your email address will not be published.