Latest Odisha News

BREAKING NEWS

ସୁଲଗୋଡାରେ ହାତୀ ଆତଙ୍କ

କେନ୍ଦୁଝର:ସୁଲଗୋଡାରେ ହାତୀ ଆତଙ୍କ । ସୁଲଗୋଡାରେ ବ୍ୟାପକ ଫସଲ ନଷ୍ଟ କଲେ ୨୧ଟିକିଆ ହାତୀପଲ । କେନ୍ଦୁଝର ଚମ୍ପୁଆ ରେଞ୍ଜ ବାଲିବନ୍ଧ ବିଟର ସୁକୁଗୋଡ଼ାରେ ୨୧ ଟିକିଆ ହାତୀ ପଲଙ୍କୁ ଦେଖି ଲୋକେ ଭୟଭୀତ ଅଛନ୍ତି । ହାତୀପଲ ନିକଟ ଜଙ୍ଗଲରୁ ବାହାରି ସୁଲୁଗୁଡା ଗାଁ ନିକଟ ଚାଷ ଜମିରେ ପଶି ବ୍ୟାପକ ଫସଲ ନଷ୍ଟ କରିଛନ୍ତି ।

ଧାନ ପାଚି ଆସୁଥିବା ବେଳେ ହାତୀପଲ ଚାଷ ଜମିରେ ଚାଲି ଯିବାରୁ ଏକର ଏକର ଧାନ ଫସଲ ନଷ୍ଟ ହୋଇଛି । ଲୋକମାନେ ବାରମ୍ବାର ଜଣାଇଥିଲେ । କିନ୍ତୁ ବନ ବିଭାଗ କର୍ମଚାରୀ ସେଠାରେ ନପହଂଚିବାରୁ ଲୋକେ ନିଜେ ହାତୀ ମାନଙ୍କୁ ଘଉଡାଇଛନ୍ତି । ରାତ୍ରିରେ ହାତୀପଲ ଗାଁ ମୁହାଁ ହେବାର ସମ୍ଭାବନା ଥିବାରୁ ଲୋକେ ଭୟଭୀତ ହୋଇପଡ଼ିଛନ୍ତି ।

Leave A Reply

Your email address will not be published.