Latest Odisha News

BREAKING NEWS

Heavy Rain: ଖୋଲିଲା ହୀରାକୁଦର ୪ ଗେଟ୍ 

ସମ୍ବଲପୁର: ଉପର ମୁଣ୍ଡରେ ପ୍ରବଳ ବର୍ଷା ଯୋଗୁଁ ହୀରାକୁଦ ଜଳଭଣ୍ଡାରରେ ବୃଦ୍ଧି ପାଉଥିବା ଜଳସ୍ତରକୁ ନିୟନ୍ତ୍ରଣ କରିବା ପାଇଁ ଶନିବାର ୪ଟି ସ୍ଲୁଇସ୍ ଗେଟ୍ ଖୋଲାଯାଇଛି।

ଅଧିକାରୀମାନେ କହିଛନ୍ତି ଯେ ନିଷ୍କାସନର ପ୍ରଥମ ପର୍ଯ୍ୟାୟରେ ଡ୍ୟାମର ବାମ ପାର୍ଶ୍ୱରେ ତିନୋଟି ଏବଂ ଡାହାଣ ପାର୍ଶ୍ୱରେ ଗୋଟିଏ ଗେଟ୍ ଖୋଲାଯାଇଛି। ଉପରମୁଣ୍ଡରେ ଅବିରତ ବର୍ଷା ପରେ ଜଳଭଣ୍ଡାରରେ ଜଳପ୍ରବାହ କ୍ରମାଗତ ଭାବରେ ବୃଦ୍ଧି ପାଉଛି। ଯାହା ଫଳରେ କର୍ତ୍ତୃପକ୍ଷ ଗେଟ୍ ଖୋଲିବାକୁ ବାଧ୍ୟ ହୋଇଛନ୍ତି।

ସେହିପରି ଜିଲ୍ଲା ପ୍ରଶାସନ ଏକ ପରାମର୍ଶ ଜାରି କରିଛି। ତଦନୁଯାୟୀ, ଲୋକମାନଙ୍କୁ ମହାନଦୀକୁ ନ ଯିବା ପାଇଁ ସତର୍କ କରାଯାଇଛି। କାରଣ ଅତିରିକ୍ତ ଜଳ ଛାଡିବା ପରେ ତଳମୁଣ୍ଡରେ ଜଳ ପ୍ରବାହ ବୃଦ୍ଧି ପାଇବାର ଆଶଙ୍କା ରହିଛି। ନଦୀ କୂଳରେ ରହୁଥିବା ଗ୍ରାମବାସୀଙ୍କୁ ମଧ୍ୟ ସତର୍କ ରହିବାକୁ ସୂଚନା ଦିଆଯାଇଛି। ତେବେ ହୀରାକୁଦ ଜଳଭଣ୍ଡାରର ଜଳସ୍ତର ବର୍ତ୍ତମାନ ବୃଦ୍ଧି ପାଇ ୬୨୦.୫୦ ଫୁଟରେ ରହିଛି।

 

Comments are closed.