Latest Odisha News

BREAKING NEWS

ଜାତୀୟ ହକି ଶିବିର ଆରମ୍ଭ ପୂର୍ବରୁ ୪ ଖେଳାଳି କରୋନା ସଂକ୍ରମିତ

ନୂଆଦିଲ୍ଲୀ: ବାଙ୍ଗାଲୋରରେ ଜାତୀୟ ହକି ଶିବିର ଆରମ୍ଭ ହେବା ପୂର୍ବରୁ ୪ ଖେଳାଳି କରୋନା ସଂକ୍ରମିତ ହେବା ଚିନ୍ତାର କାରଣ ସାଜିଛି । ଭାରତୀୟ ପ୍ରାଧୀକରଣ ବିଭାଗ (ସାଇ) ରିପୋର୍ଟ ମୁତାବକ କ୍ୟାମ୍ପ ପୂର୍ବରୁ କରାଯାଇଥିବା ଟେଷ୍ଟରେ ିମ୍ ଇଣ୍ଡିଆ ଅଧିନାୟକ ମନପ୍ରୀତ ସିଂ, ଡିଫେଣ୍ଡର ସୁରେନ୍ଦ୍ର କୁମାର, ଜସକରନ ସିଂ ଓ ଡ୍ରାଗ ଫ୍ଲିକର ବରୁଣ କୁମାର କରୋନା ପଜିଟିଭ ଥିବା ଜଣା ପଡିଥିଲା ।

ସାଇ କ୍ୟାମ୍ପସରେ ମନପ୍ରୀତ ଏକାନ୍ତବସରେ ରହିବା ପାଇଁ ନିଷ୍ପତି ନେଇଛନ୍ତି । ସାଇ ସମସ୍ତ ଖେଳାଳିମାନଙ୍କ ପାଇଁ ଉପଯୁକ୍ତ ବ୍ୟବସ୍ଥା କରିଛି । ଆମେମାନେ ଖୁବ୍ ଶୀଘ୍ର ସୁସ୍ଥ ହୋଇ ଅଭ୍ୟାସ ଆରମ୍ଭ କରିବୁ ବୋଲି ମନପ୍ରୀତ କହିଛନ୍ତି । ତେବେ ଅନ୍ୟ ଖେଳାଳିମାନେ ସାମାନ୍ୟ ଚିନ୍ତାରେ ଥିବା ଜଣାପଡିଛି ।

Leave A Reply

Your email address will not be published.