Latest Odisha News

BREAKING NEWS

ବେଙ୍ଗାଲୁରୁରେ ବଡ ଧରଣର ବିସ୍ଫୋରଣ, ୪ ଆହତ

ବେଙ୍ଗାଲୁରୁ: କର୍ଣ୍ଣାଟକର ରାଜଧାନୀ ବେଙ୍ଗାଲୁରୁରେ ଏକ ବଡ଼ ଧରଣର ବିସ୍ଫୋରଣ ହୋଇଛି । ବିସ୍ଫୋରଣର କାରଣ ଅସ୍ପଷ୍ଟ ଥିବା ବେଳେ କୌଣସି ସନ୍ଦେହଜନକ ବିସ୍ଫୋଟକ ଫାଟିଥିବାର ସନ୍ଦେହ କରାଯାଉଛି । ବିସ୍ଫୋରଣ କାରଣରୁ ଚାରିଆଡେ ଏବେ ଭୟର ବାତାବରଣ ଖେଳିଯାଇଛି । ବେଙ୍ଗାଲୁରୁର ରମେଶ୍ୱରମ୍ କାଫେରେ ଏହି ବିସ୍ଫୋରଣ ଘଟିଛି । ତେବେ ବିସ୍ଫୋରଣରେ ୪ ଜଣଙ୍କର ଆହତ ହୋଇଥିବା ସୂଚନା ଦେଇଛି ବେଙ୍ଗାଲୁରୁ ପୋଲିସ ।

ସୂଚନା ଅନୁସାରେ, ଆଜି ଦିନ ପ୍ରାୟ ୧ଟେ ସମୟରେ ବେଙ୍ଗାଲୁରୁର ରମେଶ୍ୱରମ୍ କାଫେରେ ଏହି ବିସ୍ଫୋରଣ ଘଟିଛି । ବିସ୍ଫୋରଣରେ ଅତି କମରେ ୪ ଜଣ ଆହତ ହୋଇଥିବା ସୂଚନା ମିଳିଛି। ଆହତ ମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ତେବେ କେଉଁ କାରଣରୁ ଏହି ବିସ୍ଫୋରଣ ଘଟିଛି ତାହା ଏପର୍ଯ୍ୟନ୍ତ ଜଣା ପଡିନଥିବା ବେଳେ କୌଣସି ଏକ ବ୍ୟାଗରେ ବିସ୍ଫୋଟକ ସାମଗ୍ରୀ ଫାଟିଥିବା ସନ୍ଦେହ କରାଯାଉଛି । ଯଦି ଏପରି ହୋଇଥାଏ ତେବେ ଏହା କୌଣସି ଆତଙ୍କବାଦୀଙ୍କ କାର୍ଯ୍ୟ ହୋଇପାରେ ।

ସୂଚନାଯୋଗ୍ୟ ଯେ, ରାମେଶ୍ଵରମ୍ ବେଙ୍ଗାଲୁରୁର ସବୁଠାରୁ ପ୍ରସିଦ୍ଧ ଭିଜନାଳୟ । ଏଠାରେ ସବୁବେଳେ ଲୋକଙ୍କ ଭିଡ ଲାଗିରହିଥାଏ । ବିସ୍ଫୋରଣ ପରେ ପୋଲିସ ପୁରା ଅଞ୍ଚଳକୁ ନିଷିଦ୍ଧାଞ୍ଚଳ କରିଛି । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।

Leave A Reply

Your email address will not be published.