Latest Odisha News

ସେଲଫି ହେଲା କାଳ ; ପାଣିରେ ଭାସି ୪ ଯୁବତୀ ମୃତ

ନୂଆଦିଲ୍ଲୀ: ସେଲଫି ନେବା ଯୁବତୀଙ୍କୁ ପଡ଼ିଲା ମହଙ୍ଗା  । ଫଟୋ ଉଠାଇବା ସମୟରେ ପାଣିରେ ଭାସିଗଲେ ୪ ଯୁବତୀ  । ଆଜିକାଲି ଫଟୋ ଉଠାଇବା ଗୋଟାଏ ଫେସନ ହୋଇଗଲାଣି  । ବର୍ତ୍ତମାନ ଏହି ଯୁବପିଢ଼ିଙ୍କୁ ସେଲଫି ଉଠାଇବାର ନିଶା ଘାରିଛି । ସେଲଫି ଉଠାଇବା ସମୟରେ ସେମାନେ ଭୁଲିଯାଉଛନ୍ତି ତାଙ୍କ ଜୀବନ ପ୍ରତି କେତେ ବିପଦ ରହିଛି । ସେଲଫି ପାଇଁ ନୀଜ ଜୀବନକୁ ବାଜି ଲଗାଇବାକୁ ମଧ୍ୟ ପଛାଉ ନାହଁନ୍ତି ଏହି ଯୁବପିଢ଼ି । ଏଭଳି ଏକ ଘଟଣା କର୍ଣ୍ଣାଟକରେ ଘଟିଛି । ଯେଉଁଠି ଏକ ଜଳପ୍ରପାତ ନିକଟରେ ସେଲଫି ନେବା ବେଳେ ୪ ଜଣ ଯୁବତୀ ପ୍ରାଣ ହରାଇଛନ୍ତି ।

ରିପୋର୍ଟ ଅନୁଯାୟୀ, ୪୦ ଜଣ ଯୁବତୀ କର୍ଣ୍ଣାଟକର ବେଲଗାଭିରେ କିଟଓ୍ଵାଡ ଜଳପ୍ରପାତକୁ ପିକନିକ କରିବାକୁ ଯାଇଥିଲେ। ଏହି ଜଳ ପ୍ରପାତ ନିକଟରେ ୫ ଜଣ ଯୁବତୀ ସେଲଫି ନେବା ସମୟରେ ଅସାବଧାନତା ଯୋଗୁଁ ପାଦ ଖସିଯାଇଥିଲା। ଫଳରେ ସେମାନେ ତଳକୁ ଖସି ପଡିଥିଲେ। ସେମାନଙ୍କ ମଧ୍ୟରୁ ଜଣକୁ ସ୍ଥାନୀୟ ଲୋକେ ଉଦ୍ଧାର କରି ହସପିଟାଲକୁ ପଠାଇଥିବା ବେଳେ ଅନ୍ୟ ୪ ଜଣଙ୍କ ପ୍ରାଣ ଚାଲିଯାଇଥିଲା । ମୃତ ୪ ଜଣ ଯୁବତୀ ମାଡ୍ରାସର ବେଲଗାଭିର କାମତ ଗଲିରେ ରହୁଥିଲେ । ଏନେଇ ପୋଲିସ ମାମଲା ରୁଜୁ କରିବା ସହ ୪ ଜଣ ଯୁବତୀଙ୍କ ମୃତଦେହକୁ ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

 

Leave A Reply

Your email address will not be published.