Latest Odisha News

BREAKING NEWS

ବେଳାଭୂମିରୁ ମିଳିଲା ଘୁଷୁରି ପରି ଅଦ୍ଭୁତ ଜୀବ

ଡବଲିନ(ଆୟର୍ଲାଣ୍ଡ): ରହସ୍ୟର ଗନ୍ତାଘର ସମୁଦ୍ର । ଅନେକ ଅଦ୍ଭୁତ କାହାଣୀ ଲୁଚି ରହିଛି ଏହାର ଗର୍ଭରେ  ।  ଏପର୍ଯ୍ୟନ୍ତ ସମୁଦ୍ର ଗର୍ଭରେ କେତେ ପ୍ରକାର ଜୀବ ବାସ କରନ୍ତି ତାହା ସାମୁଦ୍ରିକ ଗବେଷକଙ୍କୁ ବି ଜଣା ନାହିଁ । ସୋସିଆଲ ମିଡିଆରେ ବେଳେ ବେଳେ ଅଦ୍ଭୁତ  ଧରଣର ସାମୁଦ୍ରିକ ଜୀବ ଦେଖିବାକୁ ମିଳିଥାଏ । ଏମିତି ଏକ ଫଟୋ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି । ଏହି ସାମୁଦ୍ରିକ ଜୀବଟି ଦେଖିବାକୁ ଘୁସୁରୀ ପରି । ଏହା  ଆୟର୍ଲାଣ୍ଡର ବାର୍ନ ପିୟର ସମୁଦ୍ର ତଟରେ ପଡ଼ିଥିବା ଦେଖିବାକୁ ମିଳିଥିଲା ।

ଇନଷ୍ଟାଗ୍ରାମ ୟୁଜର Bearna Beo ଏହି ଜୀବର ଫଟୋକୁ ପୋଷ୍ଟ କରି ଲେଖିଥିଲେ, “ଜୀବଟି  ମୁଣ୍ଡ ବିହୀନ ଥିଲା ।  ଯାହାକି ପ୍ରତିକୂଳ ପରିବେଶ କିମ୍ୱା ଜୋର ପବନରେ ଫସି ରହି ପ୍ରାଣ ହରାଇଥିବା ଅନୁମାନ କରାଯାଉଛି ।  ମହାସାଗର ଅନୁସନ୍ଧାନ ସଂରକ୍ଷଣ ସଂଘ ଆର୍ୟଲାଣ୍ଡ କହିବାନୁସାରେ, ସାଧାରଣତଃ ଉତ୍ତର ଆର୍ୟରଲାଣ୍ଡ ସମୁଦ୍ରତଟ ପାଖରେ ଦୁଇ ପ୍ରକାରର ସିଲ ଦେଖାଯାଏ । ଗୋଟିଏ ହେଲା ହାର୍ବର ସିଲ ଯାହା ଆକାରରେ ଛୋଟ ଥାଏ ଏବଂ ଅନ୍ୟଟି ହେଲା ଗ୍ରେ ସିଲ ଯାହା ଆକାରରେ ଲମ୍ୱା ଥାଏ ।

ବୈଜ୍ଞାନିକଙ୍କ କହିବାନୁସାରେ, ଗଭୀର ସମୁଦ୍ରରେ ଅନେକ ଜୀବ ରହିଛନ୍ତି  ଯାହାକୁ ଏବେ ବି ବୈଜ୍ଞାନିକ ମାନେ ଖୋଜି ପାରିନାହାନ୍ତି ।  ଏମାନଙ୍କ ମଧ୍ୟରୁ ଅନେକ ଜୀବ କୌଣସି କାରଣରୁ ମୃତ ବା ଜୀବିତ ଅବସ୍ଥାରେ ଭାସି ଆସି କୂଳରେ ଲାଗିଥାନ୍ତି ।  ଏହି ଜୀବଟି ମଧ୍ୟ ଠିକ ସେହି ପରି ଭାସି ଆସି କୂଳରେ ଲାଗିଛି ।

s-news-mysterious-pig-

Leave A Reply

Your email address will not be published.