Latest Odisha News

୪୦ ଦିନ ପରେ ଆମାଜନ ଜଙ୍ଗଲରୁ ଉଦ୍ଧାର ହେଲା ୪ ଭାଇଭଉଣୀ

ନୂଆଦିଲ୍ଲୀ: ଭଗବାନ ଯାହକୁ ବଂଚାଇବା ପାଇଁ ଚାହିଁବେ ତାଙ୍କୁ କିଏ ମାରିପାରିବ । ଏ ଭଳି ଏକ ଘଟଣା ସମ୍ମୁଖକୁ ଆସିଛି ଯାହା କି ଉପରୋକ୍ତ ଉକ୍ତିକୁ ପୁନର୍ବାର ସତ୍ୟ ପ୍ରମାଣିତ କରିଛି । ଆମାଜନର ଘଂଚ ଜଙ୍ଗଲରେ ୪୦ ଦିନ ପରେ ଜୀବିତ ଉଦ୍ଧାର ହେବା କଣ ସହଜ ? ଆଜ୍ଞା ହଁ ଏହାକୁ କୁହାଯାଏ ଚମତ୍କାର । ଉଦ୍ଧାର ହୋଇଥିବା ୪ଭାଇ ଭଉଣୀଙ୍କୁ ଏବେ ଡାକ୍ତରଖାନାରେ ଭର୍ତି କରାଯାଇଛି । ସେମାନଙ୍କ ବୟସ ୧୩, ୯, ୪ ଓ ୧୧ । ମେ ୧ରେ ୭ଜଣଙ୍କୁ ନେଇ ଯାଉଥିବା ଏକ କ୍ଷୁଦ୍ର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ୩ଜଣଙ୍କ ମୃତ ଦେହ ମିଳିଥିବା ବେଳେ ଏହି ୪ଜଣଙ୍କ ପତା ମିଳି ନ ଥିଲା । ସେମାନଙ୍କୁ ଖୋଜି ବାହାର କରିବା ପାଇଁ ଏକ ସ୍ୱତନ୍ତ୍ର ଟିମ ତିଆରି କରାଯାଇଥିଲା । ବହୁ କଷ୍ଟରେ ଘଂଚ ଜଙ୍ଗଲରେ ସେମାନଙ୍କୁ ଉଦ୍ଧାର କରାଯାଇଥିଲା ।

BjdElectrycity

ଅତ୍ୟଧିକ ଦୁର୍ବଳ ହୋଇ ପଡିବା ଯୋଗୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି । ହିଂସ୍ର ଜନ୍ତୁଙ୍କ କବଳରୁ ନିଜକୁ ରକ୍ଷା କରିବା ସହ ସେମାନେ କଣ ଖାଇ ବଂଚି ରହିଥିଲେ ତାହା ସମସ୍ତଙ୍କୁ ଚକିତ କରିଛି । ଏହା ବ୍ୟତୀତ ଛୋଟ ପିଲାର ଦାୟିତ୍ୱ ସେମାନେ କିପରି ନେଉଥିଲେ ତାହା ମଧ୍ୟ ଆଶ୍ଚର୍ଯ୍ୟ । ସେମାନଙ୍କ ମଧ୍ୟରୁ ଯିଏ ସବୁଠାରୁ ବଡ ସିଏ କହିଛନ୍ତି ଜେଜେବାପାଙ୍କ କେତେକ ଟିପ୍ସ ଆମକୁ ବଂଚାଇ ରଖିଥିଲା । ଯେପରି କେଉଁ ଫଳ ବିଷାକ୍ତ ଏବଂ କାହାକୁ ଖାଇବ ତାହା ସେ ଆମକୁ କହିଥାନ୍ତି । ତେବେ ସେ ଯାହା ହେଉ ଏହି ପିଲାମାନଙ୍କ ଉଦ୍ୟମ ଅନ୍ୟମାନଙ୍କ ପାଇଁ ପ୍ରେରଣା ସାଜିଛି ।

Leave A Reply

Your email address will not be published.