Latest Odisha News

BREAKING NEWS

ଦୋକାନରେ ଅଗ୍ନିକାଣ୍ଡ, ଜଳିଗଲା ଲକ୍ଷାଧିକ ଟଙ୍କାର ଧନ ସମ୍ପତ୍ତି

ଭୁବନେଶ୍ୱର: ରବିବାର ଭୁବନେଶ୍ୱରର ଝାରପଡ଼ା ଅଞ୍ଚଳରେ ଭୟାବହ ଅଗ୍ନିକାଣ୍ଡ ଘଟି ୨ଟି ଦୋକାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି। କେ. କେ. ଟ୍ରେଡିଂ ଓ ସୁପ୍ରିମ୍ ମେସିନାରି ଆଣ୍ଡ ଟୁଲ୍ସ ନାମକ ଦୁଇଟି ଦୋକାନରେ ନିଆଁ ଲାଗିଯିବାରୁ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଓ ଜିନିଷ ପତ୍ର ପୋଡ଼ି ଯାଇଛି। ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡ଼ି ନଥିବା ବେଳେ ସର୍ଟ ସର୍କିଟ୍ ଯୋଗୁଁ ନିଆଁ ଲାଗିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

ଘଟଣା ସମ୍ପର୍କରେ ଖବର ପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବା ପାଇଁ ଦୁଇଟି ଦମକଳ ଗାଡ଼ିକୁ ନିୟୋଜିତ କରିଥିଲା। ତେବେ ସମ୍ପୂର୍ଣ୍ଣ କୋଠାଟି ଘନ ଧୂଆଁରେ ଭର୍ତ୍ତି ହୋଇଯାଇଥିବାରୁ ଅଗ୍ନିଶମ ଟିମକୁ ନିଆଁ ଲିଭାଇବାରେ ଚ୍ୟାଲେଞ୍ଜ ସୃଷ୍ଟି ହୋଇଥିଲା। କାରଣ ଧୂଆଁ ପାଇଁ କୋଠା ଭିତରକୁ ଯାଇ ନିଆଁକୁ ଆୟତ କରିବାରେ ବାଧା ସୃଷ୍ଟି ହୋଇଥିଲା।ତେବେ କୌଣସି ମୃତାହତ ହୋଇନାହିଁ କେବଳ ଧନ ସମ୍ପତି ନଷ୍ଟ ହୋଇଯାଇଥିଲା।

ଦୋକାନର ଜଣେ କର୍ମଚାରୀ କହିଛନ୍ତି, ରବିବାର ହେତୁ ଦୋକାନଗୁଡିକ ବନ୍ଦ ହୋଇଯାଇଥିଲା, କିନ୍ତୁ ଆମେ ନିକଟରେ ରହୁଥିବାରୁ ଅଗ୍ନିକାଣ୍ଡ ବିଷୟରେ ଆମେ ଶୀଘ୍ର ଅବଗତ ହୋଇଥିଲୁ।

ଅନ୍ୟ ଜଣେ କର୍ମଚାରୀ କହିଛନ୍ତି, ପ୍ରାୟ ଛଅରୁ ସାତ ମାସ ପୂର୍ବରୁ ଆମ ଦୋକାନରେ ନିଆଁ ଲାଗିଥିଲା, କିନ୍ତୁ ଏହା ଏତେ ବଡ ନଥିଲା। ଏବେ ଏହି ନିଆଁ ଆଖପାଖରେ ଥିବା ଅନ୍ୟ ଦୋକାନକୁ ବ୍ୟାପିଯାଇଛି।

ତେବେ ଜଣେ ଅଗ୍ନିଶମ ଅଧିକାରୀ ଜନସାଧାରଣଙ୍କୁ ଆଶ୍ୱାସନା ଦେଇ କହିଛନ୍ତି ଯେ ବର୍ତ୍ତମାନ ପରିସ୍ଥିତି ନିୟନ୍ତ୍ରଣାଧୀନ ରହିଛି।

ନିଆଁ ପ୍ରାୟ ଲିଭା ସରିଛି ଏବଂ ଆମେ ଆଶା କରୁଛୁ ଯେ ଖୁବ୍ ଶୀଘ୍ର ପରିସ୍ଥିତିକୁ ସମ୍ପୂର୍ଣ୍ଣ ନିୟନ୍ତ୍ରଣ କରାଯିବ। ସର୍ଟସର୍କିଟରୁ କିମ୍ବା ବ୍ୟାଟେରୀରୁ ନିଆଁ ଲାଗିଥିବା ଅନୁମାନ କରାଯାଉଛି।

Leave A Reply

Your email address will not be published.