Latest Odisha News

BREAKING NEWS

ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ମୃତ ଓ ୮ ଆହତ

କେନ୍ଦ୍ରାପଡା/କେନ୍ଦୁଝର/କଟକ/ସୋନପୁର : ରାଜ୍ୟର ଭିନ୍ନଭିନ୍ନ ସ୍ଥାନରେ ଶନିବାର ଦିନ ଘଟିଥିବା ମର୍ମନ୍ତୁଦ ସଡକ ଦୁର୍ଘଟଣାରେ ୪ଜଣଙ୍କ ମୃତ୍ୟୁ ହେବା ସହ ୮ ଜଣ ଗୁରୁତର ଆହତ ହୋଇଛନ୍ତି ।

ମିଳିଥିବା ସୂଚନାନୁଯାୟୀ କେନ୍ଦ୍ରାପଡ଼ା ଜିଲ୍ଲା ପାଟକୁରା ବ୍ଲକ୍ ଅନ୍ତର୍ଗତ ଚିତ୍ରତ୍ପୋଳା ନଦୀବନ୍ଧର ପହଣା ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି।

ମିଳିଥିବା ସୂଚନାନୁଯାୟୀ ଶୁକ୍ରବାର ରାତିରେ ଏକ ବିବାହ ଉତ୍ସବରେ ଯୋଗଦେଇ ଏକ ବ୍ୟାଣ୍ଡପାର୍ଟି ଗାଡ଼ି କେନ୍ଦ୍ରାପଡ଼ା ଫେରୁଥିବା ବେଳେ ଚିତ୍ରତ୍ପୋଳା ନଦୀବନ୍ଧର ପହଣାଠାରେ ଭାରସାମ୍ୟ ହରାଇ ନଦୀବନ୍ଧର ତଳକୁ ଓଲଟି ପଡ଼ିଥିଲା। ଫଳରେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ଘଟିବା ସହ ୩ଜଣ ଗୁରୁତର ଆହତ ହୋଇଥିଲେ ।

ଅନ୍ୟପକ୍ଷରେ ଆହତ ୩ ଜଣଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।

ମୃତକ ଜଣକ ଭରତ ଚନ୍ଦ୍ର ମଲ୍ଲିକ ବୋଲି ଜଣାପଡିଥିବା ବେଳେ ମୃତଦେହକୁ ପୋଷ୍ଟମର୍ଟମ ପାଇଁ ପଠାଯାଇଥିବା ନେଇ ସୁତ୍ରରୁ ପ୍ରକାଶ ।

ସେହିପରି କେନ୍ଦୁଝର ଜିଲ୍ଲା ପଣ୍ଡାପଡ଼ା ଥାନା ଅନ୍ତର୍ଗତ ବଡପିଛୁଳା ଛକ ନିକଟରେ ଏକ ବରଯାତ୍ରୀ ଭ୍ୟାନ୍ ଦୁର୍ଘଟଣାଗସ୍ତ ହେବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିବା ସହ ୫ ଜଣ ଆହତ ହୋଇଛନ୍ତି ।

ମୃତକଙ୍କ ନାମ ସ୍ୱାଧୀନ ପ୍ରଧାନ (୨୦) ଏବଂ ସେ ରଘୁନାଥପୁର ଗ୍ରାମର ବାସିନ୍ଦା ବୋଲି ଜଣାପଡିଛି ।

ସମସ୍ତ ଆହତମାନଙ୍କୁ ଉଦ୍ଧାର କରାଯାଇ ଚିକିତ୍ସା ନିମନ୍ତେ ହରିଚନ୍ଦନପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଏଥିସହିତ ଆହତ ଡ୍ରାଇଭରଙ୍କୁ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଥିବା ଜଣାପଡିଛି ।

ଅନ୍ୟପକ୍ଷରେ କଟକ ଜିଲ୍ଲା ଜଗତପୁର ନିକଟସ୍ଥ ଖଇରା ପୋଲ ନିକଟରେ ଏକ ଯାତ୍ରୀବାହୀ ବସ ସହ ଟ୍ରକ୍ ଧକ୍କା ହେବାରୁ ଘଟଣାସ୍ଥଳରେ ଜଣେ ଯାତ୍ରୀଙ୍କ ପ୍ରାଣହାନୀ ଘଟିଥିବା ବେଳେ ୩ଜଣ ଗୁରୁତର ଆହତ ହୋଇଛନ୍ତି ।

ସେହିପରି ସୋନପୁର-ବଲାଙ୍ଗିର ରୋଡସ୍ଥିତ ଝିଙ୍କି ଛକ ନିକଟରେ ଏକ ବାଇକକୁ ଅନ୍ୟ ଏକ ଆଇରନ୍ ବୋଝେଇ ଟ୍ରକ୍ ଧକ୍କା ଦେବା ଫଳରେ ୨ଜଣଙ୍କ ମୃତ୍ୟୁ ଘଟିଛି ।

ମୃତକମାନେ ହେଲେ- ରଞ୍ଜିତ ମଲ୍ଲିକ୍ ଓ ପରମେଶ୍ୱର ବାଘର ।

ଆହୁରି ମଧ୍ୟ ଖବର ପାଇ ସୋନପୁର ଟାଉନ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଛି ।

Leave A Reply

Your email address will not be published.