Latest Odisha News

BREAKING NEWS

କରୋନା: ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା

ନୂଆଦିଲ୍ଲୀ: ସାରା ବିଶ୍ୱରେ ଆତଙ୍କ ଖେଳାଇଛି ମାରାତ୍ମକ ଭୂତାଣୁ କୋଭିଡ-୧୯ । ଏଯାଏଁ କରୋନା ସଂକ୍ରମଣରେ ୪ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଛି । ଭାରତରେ ମଧ୍ୟ ଦୁଇ ଜଣଙ୍କ ମୁଣ୍ଡ ନେଇଛି କରୋନା ଭୂତାଣୁ । ତେବେ କରୋନା ମୃତକଙ୍କ ପାଇଁ ଅନୁକମ୍ପା ରାଶି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରତ୍ୟେକ ମୃତକଙ୍କ ପରିବାରକୁ ୪ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରାଯାଇଛି ।
ଦିଲ୍ଲୀରେ କରୋନା ଭାଇରସରେ ଶକ୍ରବାର ଜଣେ ୬୮ ବର୍ଷୀୟ ମହିଳାଙ୍କ ମୃତ୍ୟୁ ହୋଇଛି । ତେବେ ମୃତ ହୋଇଥିବା ମହିଳାଙ୍କ ପୁଅ ୫ରୁ ୨୨ ଫେବୃଆରୀ ମଧ୍ୟରେ ସ୍ୱିଜରଲ୍ୟାଣ୍ଡ ଓ ଇଟାଲୀ ଗସ୍ତ କରିଥିଲେ । ସେ ଭାରତ ଫେରିବା ପରେ ତାଙ୍କର ମଧ୍ୟ ଚିକିତ୍ସା ଜାରି ରହିଛି । ଭାରତରେ ୧୦ ଜଣ କରୋନା ସଂକ୍ରମିତ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଆହୁରି ୭୩ ଜଣଙ୍କ ଚିକିତ୍ସା ଜରି ରହିଛି ।

Leave A Reply

Your email address will not be published.