ଭୁବନେଶ୍ବର: ବିଧାନସଭାରେ ଜାରି ରହିଛି ଶୀତ ଅଧିବେଶନ । ଏହି ସମୟ ଭିତରେ ପକ୍ଷୀ ଗଣନାକୁ ନେଇ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମସିଂ ଖୁଣ୍ଟିଆ ଉତ୍ତର ରଖିଛନ୍ତି । ସେ କହିଛନ୍ତି ନଭେମ୍ବର ସୁଦ୍ଧା ଓଡ଼ିଶା ଆସିଛନ୍ତି ୪ ଲକ୍ଷ ୯୪ ହଜାର ୩୬୬ ବିଦେଶାଗତ ପକ୍ଷୀ । କେବଳ ନଳବଣକୁ ଆସିଛନ୍ତି ୨ ଲକ୍ଷ ୧୭ ହଜାର ୧୭୦ ବିଦେଶାଗତ ପକ୍ଷୀ ।
ବିଦେଶାଗତ ପକ୍ଷୀଙ୍କ ପାଇଁ ୨୧ଟି ଅସ୍ଥାୟୀ ଶିବିର ସହ ୨ ଭ୍ରାମ୍ୟମାଣ ଦଳ ଗଠନ କରାଯାଇଛି । ଆସନ୍ତା ମାସରେ ପକ୍ଷୀ ଗଣନା ଆରମ୍ଭ ହେବ ବୋଲି ମନ୍ତ୍ରୀ କହିଛନ୍ତି ।
ସୂଚନା ଥାଉକି, ପକ୍ଷୀଙ୍କ ଭୂସ୍ୱର୍ଗ ଚିଲିକାରେ ପ୍ରତିବର୍ଷ ରେକର୍ଡ଼ ସଂଖ୍ୟକ ବିଦେଶୀ ପକ୍ଷୀ ଆସିଥାନ୍ତି । ମୁଖ୍ୟତଃ ଇରାନ, ଇରାକ, ମଙ୍ଗୋଲିଆ, ରୁଷ, ଆଫଗାନିସ୍ଥାନ, ଜାପାନ, ମଙ୍ଗୋଲିଆ, ସାଇବେରିଆ ଓ ଉତ୍ତର ଗୋଲାର୍ଦ୍ଧର ବିଭିନ୍ନ ଅଞ୍ଚଳରୁ ୧୦୦ରୁ ଅଧିକ ପ୍ରଜାତିର ପକ୍ଷୀ ଆସିଥାନ୍ତି । ଏହି ପକ୍ଷୀମାନଙ୍କ ମଧ୍ୟରେ ରୁଡି ସେଲ୍ ଡକ୍, ନର୍ଦ୍ଦନ ପିନ୍ଟେଲ, ନର୍ଦ୍ଦନ ଶୋଭେଲର୍, କଟନ ଟିଲ୍, ଗ୍ରେ ଲାଗ୍ ଗୁଜ୍, ବାର୍ ହେଡେଡ୍ ଗିଜ୍, ଗଡୱାଲ, ଗାର୍ଗାନୀ, ସ୍ପଟ୍ ବିଲ୍ଡ ଡକ୍, ଗୋଲଡେନ୍ ପ୍ଲୋଭର ଇତ୍ୟାଦି ବିଦେଶୀ ପକ୍ଷୀଙ୍କ ସମେତ ଗେଣ୍ଡି, ବାଜେଣି, ଗେଣ୍ଡାଳିଆ, ଏରା, ତା’ଚଢ଼େଇ, ଷଣ୍ଟିଆଳ, ଦା’ ବେଣ୍ଟିଆ, ସମୁଦ୍ରକୁଆ, ଦାଦରା ହଣା ଓ ଚକୁଆ ଚକୋଇ ପ୍ରମୁଖ ପକ୍ଷୀଙ୍କର ଆଗମନ ହୋଇଥାଏ ।
Comments are closed.