Latest Odisha News

BREAKING NEWS

ଘାଟି ତଳକୁ ଖସିଲା ଗାଡି; ୪ ମୃତ, ୪ ଗୁରୁତର

ମଥୁରା: ଉତ୍ତର ପ୍ରଦେଶର ମଥୁରାରେ ଘଟିଛି ଏକ ହୃଦୟ ବିଦାରକ ସଡକ ଦୁର୍ଘଟଣା । ଘଟି ତଳକୁ କାର ଖସି ଗୋଟିଏ ପରିବାରର ୪ ଜଣ ପ୍ରାଣ ହରାଇଛନ୍ତି।

ମିଳିଥିବା ସୂଚନାନୁସାରେ, ମଥୁରା ଶେରଗଡ ଅଞ୍ଚଳର ପୁଲିଆରେ ଏକ କାର୍ ଘାଟି ତଳକୁ ଖସି ପଡିଥିଲା । ଏହି କାର ଭିତରେ ଗୋଟିଏ ପରିବାରର ୮ ଜଣ ଥିଲେ। ତେବେ ଏହି ଦୁର୍ଘଟଣାରେ ୪ ଜଣ ପ୍ରାଣ ହରାଇଛନ୍ତି । ଏହାସହ ଅନ୍ୟ ୪ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।

ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ପୋଷ୍ଟ ମଟର୍ମ ପାଇଁ ପଠାଇବା ସହ ଗୁରୁତର ମାନଙ୍କୁ ଚିକିତ୍ସା ପାଇଁ ସ୍ଥାନୀୟ ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ପୋଲିସ ପକ୍ଷରୁ ମିଳିଥିବା ସୂଚନାନୁସାରେ, ସେମାନଙ୍କ ପରିବାର ଲୋକଙ୍କୁ ଏସମ୍ପର୍କରେ ସୂଚନା ଦିଆଯାଇଥିବା ସହ ଘଟଣାର ତଦନ୍ତ ଆରମ୍ଭ ହୋଇଛି ।

Comments are closed.