Latest Odisha News

BREAKING NEWS

ବିଜେଡିର ୪ ବରିଷ୍ଠ ନେତାଙ୍କ ହାତରେ ପିପିଲି ଉପନିର୍ବାଚନ ପରିଚାଳନା ଦାୟିତ୍ୱ

ଭୁବନେଶ୍ୱର: ଉପନିର୍ବାଚନ ପାଇଁ ପିପିଲି ବିଧାନସଭା କ୍ଷେତ୍ର ଉଷ୍ଣ ହେଲାଣି । ୪ ବରିଷ୍ଠ ନେତାଙ୍କୁ ଉପନିର୍ବାଚନ ପରିଚାଳନା ଦାୟିତ୍ୱ ଦେଇଛି ବିଜେଡି । ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଦେବ, ମହେଶ୍ୱର ମହାନ୍ତି ଓ ସଞ୍ଜୟ ଦାସବର୍ମାଙ୍କୁ ଦାୟିତ୍ୱ ଦେଇଛି ଦଳ । ପିପିଲିରେ ରହି ନିର୍ବାଚନ ପରିଚାଳନା କରିବାକୁ ଦାୟିତ୍ୱ ଦେଇଛନ୍ତି ବିଜେଡି ସୁପ୍ରିମୋ ନବନ ପଟ୍ଟନାୟକ । ଏନେଇ ବିଜେଡି ସାଧାରଣ ସମ୍ପାଦକ ମାନସ ମଙ୍ଗରାଜ ସୂଚନା ଦେଇଛନ୍ତି ।

ନାମାଙ୍କନ ଦାଖଲ ସହ ପିପିଲିରେ ପ୍ରଚାର ବି ସରଗରମ ହେଲାଣି । ବିଜେଡିରୁ ଦିବଂଗତ ବିଧାୟକ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ର ପ୍ରତାପ ମହାରଥୀ ପ୍ରାର୍ଥୀ ହୋଇଥିବା ବେଳେ ବିଜେପିର ଆଶ୍ରିତ ପଟ୍ଟନାୟକ ଓ କଂଗ୍ରେସରୁ ଅଜିତ ମଙ୍ଗରାଜ ନିର୍ବାଚନ ରଣାଙ୍ଗନାକୁ ଓହ୍ଲାଇଛନ୍ତି । ନବାଗତ ବନାମ ଅଭିଜ୍ଞଙ୍କ ମଧ୍ୟରେ ହେବ ପିପିଲି ଫାଇଟ୍ ।

Leave A Reply

Your email address will not be published.